ETV Bharat / city

ରାଜଧାନୀରୁ ନାବାଳିକାଙ୍କୁ ଅପହରଣ, କଲିକତାରୁ କରୁଛି Facebookରେ ପୋଷ୍ଟ - DCP bhubaneswar

ନାବାଳିକାଙ୍କୁ ଅପହରଣ ନେଇ ଥାନାକୁ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାରବର୍ଗ । ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ କହିଛନ୍ତି ନାବାଳିକାଙ୍କ ମା' । ଅଧିକ ପଢନ୍ତୁ...

ରାଜଧାନୀରୁ ନାବାଳିକାଙ୍କୁ ଅପହରଣ, କଲିକତାରୁ କରୁଛି Facebook ପୋଷ୍ଟ

author img

By

Published : Jun 25, 2021, 9:29 PM IST

ଭୁବନେଶ୍ବର: ରାଜଧାନୀରୁ ଅପହରଣ ହୋଇଛି ୧୭ ବର୍ଷର ନାବାଳିକା । ୨ ଦିନ ପରେ କଲିକତାରୁ ଅପହରଣକାରୀ କରୁଛି ଫେସବୁକ ପୋଷ୍ଟ । ଭୟରେ ନାବାଳିକାର ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ । ୩ ମାସ ଧରି ପୋଲିସ ପକ୍ଷରୁ ଟ୍ରେସ କରାଯାଉଛି କହି ଗଡାଇ ଚାଲିଛି ସମୟ । ହେଲେ ଏବେ ବି ଅପହରଣକାରୀ କବଳରୁ ଉଦ୍ଧାର ହୋଇପାରିନି ନାବାଳିକ ଝିଅ ।

ରାଜଧାନୀରୁ ନାବାଳିକାଙ୍କୁ ଅପହରଣ, କଲିକତାରୁ କରୁଛି Facebook ପୋଷ୍ଟ

ଯାହାକୁ ନେଇ ଏବେ ସନ୍ଦେହରେ ପରିବାରବର୍ଗ । ଝିଅକୁ ହୁଏତ କଲିକତାରେ ବିକ୍ରି କରାଯାଇଛି ନଚେତ ହତ୍ୟା କରାଯାଇଛି । କାରଣ ନା ଝିଅର ମିଳୁଛି ଖୋଜ ଖବର । ନା ଅପହରଣକାରୀକୁ ଟ୍ରାକ କରିପାରୁଛି ପୋଲିସ । ଯାହାକୁ ନେଇ ପୋଲିସ ସେବା ଭବନକୁ ପୋଲିସ କମିସନରଙ୍କୁ ଦେଖା କରିବାକୁ ଆସିଥିଲେ ପରିବାରବର୍ଗ ।

ଆଉ ଗଣମାଧ୍ୟମକୁ ଦେଖି ଭୁବନେଶ୍ବରରେ ପୋଲିସ ପ୍ରତି ଥିବା ରାଗ ଝାଡିଛନ୍ତି ନାବାଳିକାର ପରିବାର । କିପରି ଡିସିପି ଅଫିସରରେ ଚାଲୁଥିବା ମ୍ୟାନ ମିସିଙ୍ଗ ସେଲ କେବଳ ବଡ଼ ବଡିଆଙ୍କ ଝିଅ ଖୋଜିବା ପାଇଁ ହୋଇଛି । ସାଧାରଣ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇ ନୁହେଁ । କାରଣ ଗତ ୩ ମାସ ଧରି ଅପହରଣକାରୀ ତାଙ୍କ ଝିଅକୁ ଅପହରଣ କରି ଫେସବୁକରେ ପୋଷ୍ଟ କରୁଛି ।

କଲିକତା ନେଇଯାଇଥିବା ପରିବାର ଲୋକଙ୍କୁ ପରିବାର ଲୋକଙ୍କୁ ଫେସବୁକ ଜରିଆରେ ଜଣାଇଛି ଅପହରଣକାରୀ । ହେଲେ ପୋଲିସ ତାକୁ ଧରିବା ବଦଳରେ ଅପରାଧୀ ଖୁଲମଖୁଲା ବୁଲୁଛି । ଏପରିକି ଝିଅ ସହ ଆଉ ଯୋଗାଯୋଗ ହୋଇପାରୁନି ।

ଝିଅ ଏବେ କୋଉଠି ଅଛି ତାହା ବି ପରିଵାର ଲୋକ ଜାଣିପାରୁନାହାନ୍ତି। ଝିଅ ବଞ୍ଚିଛି ନା ନାହିଁ ତାହା ବି ଏବେବି ପରିବାର ଭୟରେ।ନା ଝିଅକୁ କୌଣସି ଦଲାଲ ହାତକୁ ବିକିଦିଆଯାଇନି ତ।ଏ ଵର୍ଷ ଦଶମ ପରିକ୍ଷା ଦେବାର ଥିଲା।ହେଲେ ତାକୁ ଅପହଣକାରୀ ପ୍ରେମ ଜାଲରେ ଫସାଇ କଲିକତା ନେଇଯାଇଥିଲା । ତିନିମାସ ଧରି ଆଉ ଖୋଜ ଖବର ମିଳୁନି ।

ପୋଲିସ ଟ୍ରାକ କରୁଛି କହୁଛି ହେଲେ ଖୋଜି ପାଉନି ନାବାଳିକାଙ୍କୁ । ହୁଏତ ଅପହରଣକାରୀ ଝିଅକୁ ହତ୍ୟା କରିଥାଏପାରେ।ଏଭଳି ଅନେକ ସଦେହ ନେଇ ମିଡିଆ ସାମ୍ନାରେ ଦୁଃଖ ଜଣାଇଛନ୍ତି ନାବାଳିକାର ପରିବାର । କ୍ୟାପିଟାଲ ଥାନା ଅଞ୍ଚଳରୁ ଝିଅକୁ ଅପହରଣ କରାଯାଇଥିଲା । ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର । ଏବେ ପ୍ରଶ୍ନ ଉଠୁଛି ମ୍ୟାନ ମିସିଂ ସେଲ ପ୍ରକୃତରେ କାମ କରୁଛି ତ। ଯଦି କରୁଛି ତାହାଲେ ଏହି ନାବାଳିକା ଅପହରଣ ମାମଲା ପୋଲିସ ସ୍କାନରରେ ଅଛି ନା ନାହିଁ । ପରିବାର ଲୋକଙ୍କ ଅଭିଯୋଗ ପରେ କେବେ ସେହି ନାବାଳିକାକୁ ଟ୍ରାପ କରିବ ପୋଲିସ ତାହାକୁ ନେଇ ଏବେ ସବୁଠି ବଡ ପ୍ରଶ୍ନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.