ETV Bharat / city

ମଲର ନିରାପତ୍ତାକୁ ନେଇ ଉଠିଲା ପ୍ରଶ୍ନ, ଚେତିନି BMC

author img

By

Published : Jun 13, 2022, 2:58 PM IST

ଅସୁରକ୍ଷିତ ବିଏମ୍‌ସି ମଲ । ରାଜଧାନୀସ୍ଥିତ କେଶରୀ ମଲରେ ଦୁଇଦୁଇ ଥର ଅଗ୍ନିକାଣ୍ଡ ଘଟିସାରିଲାଣି, ହେଲେ ଏଯାଏଁ ଚେତିନି ଭୁବନେଶ୍ବର ମହାନଗର ନିଗମ(BMC) । ଅଧିକ ପଢ଼ନ୍ତୁ

keshari mall fire mishap case
ମଲର ନିରାପତ୍ତାକୁ ନେଇ ଉଠିଲା ପ୍ରଶ୍ନ, ଚେତିନି BMC

ଭୁବନେଶ୍ବର : ଅସୁରକ୍ଷିତ ବିଏମ୍‌ସି ମଲ । ରାଜଧାନୀସ୍ଥିତ କେଶରୀ ମଲରେ ଦୁଇଦୁଇ ଥର ଅଗ୍ନିକାଣ୍ଡ ଘଟିସାରିଲାଣି, ହେଲେ ଏଯାଏଁ ଚେତିନି ବିଏମସି। ପ୍ରଶାସନର ଢିଲାପଣ ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି । ଗତକାଲି ଇଲେକ୍ଟ୍ରିକ ସର୍ଟସର୍କିଟ ଯୋଗୁଁ କେଶରୀ ମଲର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା। ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ଡେପୁଟି ମେୟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରି ଘଟଣାର ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ତଦନ୍ତ କେବଳ ପ୍ରତିଶୃତିରେ ରହିଯିବନି ତ? ଏନେଇ ପ୍ରଶ୍ନ ଉଠାଇଛନ୍ତି ମଲ କର୍ମଚାରୀ ଏବଂ ଜନସାଧାରଣ ।

ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ନିଆଁ ଲାଗିଛି ବୋଲି ମଲ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । କେବଳ ଅଗ୍ନି ନିରାପତ୍ତା ନୁହେଁ ଏସିଠାରୁ ଆରମ୍ଭ କରି ଲିଫ୍ଟ ପର୍ଯ୍ୟନ୍ତ କିଛି କାମ କରୁନଥିବା କହିଛନ୍ତି । ଏଭଳି ସ୍ଥିତିରେ ବିଏମସିର ନିଜସ୍ବ ମଲ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ । ସବୁ ସମୟରେ ଭିଡ ଲାଗି ରହୁଥିବା ମଲର ନିରାପତ୍ତା ଏବଂ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶାସନ କେତେ ସଚେତନ ଅଛି ବୋଲି ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଭୁବନେଶ୍ବର ମେୟର ଘଟଣାର ସ୍ଥିତି ପରଖିବା ସମୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଯାଞ୍ଚ କରାଯିବ ବୋଲି କହିଥିଲେ । ଘଟଣାକୁ ଗୁରୁତର ସହ ନେଲେ ଆଗକୁ ବଡ ଦୁର୍ଘଟଣାରୁ ବର୍ତ୍ତି ହେବ ବୋଲି ରାଜଧାନୀବାସୀ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.