ETV Bharat / city

ଆଜିଠୁ କାର୍ତ୍ତିକ ମାସ ଆରମ୍ଭ; ମାସଟିଏ ଆମିଷ ନିଷେଧ, ଚଉରା ମୂଳେ ଏକାଠି ହବିଷ୍ୟାଳି

ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ ମାସ । ଏହା ଦାନ,ଧର୍ମ ଓ ପୁଣ୍ୟର ମାସ ହୋଇଥିବାରୁ ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଜମିଛି ହବିଷ୍ୟାଳିଙ୍କ ଭିଡ । ଜମିଛି ହବିଷ୍ୟାଳିଙ୍କ ଭିଡ । ଅଧିକ ପଢନ୍ତୁ...

ଆଜିଠୁ କାର୍ତ୍ତିକ ମାସ ଆରମ୍ଭ, ପୁଣ୍ୟ ଅର୍ଜନ ପାଇଁ ହବିଷ୍ୟ ପାଳନ କରିଥାନ୍ତି ବ୍ରତଧାରୀ

author img

By

Published : Oct 21, 2021, 8:10 AM IST

Updated : Oct 21, 2021, 12:09 PM IST

ପୁରୀ: ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ ମାସ । ଯୁଗ ମଧ୍ୟରେ ସତ୍ୟ ଯୁଗ ଯେମିତି ଶ୍ରେଷ୍ଠ ଯୁଗ ସେହିପରି ମାସ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠାରୁ ଶ୍ରେଷ୍ଠ ମାସ ବା ଧର୍ମ ମାସ କୁହାଯାଏ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । କୁହାଯାଏ ଏହା ଧର୍ମ ମାସ ହୋଇଥିବାରୁ ବଗ ମଧ୍ୟ ମାଛ ଖାଏ ନାହିଁ । ସେହିପରି ଏହି ଧର୍ମମାସ ପାଳୁଥିବା ଶ୍ରଦ୍ଧାଳୁ ଏକ ମାସ ଆମିଷକୁ ବାରଣ କରି ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି । ଏହି ମାସର ଶେଷ ୫ଦିନ ବ୍ରତ ରଖାଯାଏ, ଯାହାକୁ ପଞ୍ଚୁକ କୁହାଯାଏ । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁକା ପୂଜା ଇତ୍ୟାଦି କରାଯାଏ ।

ପରମ୍ପରା ଓ ବିଶ୍ବାସକୁ ଆଧାର କରି ପୁରପଲ୍ଲୀରେ ମହିଳା ମାନେ ମାସସାରା ପାଳନ କରନ୍ତି କାର୍ତ୍ତିକ ବ୍ରତ । ଧର୍ମମାସ କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ଭୋର ସମୟରେ ସମସ୍ତ ମହିଳା ଓ ପୁରୁଷ ସ୍ନାନ କରି ଦେବପୂଜା ଓ ଦାନ ଧର୍ମରେ ସମୟ ଅତିବାହିତ କଲେ ପୁଣ୍ୟ ଅର୍ଜନ କରନ୍ତି ବୋଲି ବିଶ୍ବାସ ରହିଛି । ଏହି ମାସରେ ବିଧବା ମହିଳା(ହବିଷ୍ୟାଳି) ମାନେ ହବିଷ୍ୟାନ୍ନ ଗ୍ରହଣ କରନ୍ତି କରିଥାନ୍ତି । ହିନ୍ଦୁ ବ୍ରାହ୍ମଣ ଘରର ବିଧବାଙ୍କ ପାଇଁ ହବିଷ୍ୟ ପାଳନ ଏକ ବିଧି ଭାବେ ପ୍ରଚଳିତ । ହବିଷ୍ଯାଳି ମାନେ ଭୋରୁ ସ୍ନାନ ପରେ ଚଉରାମୂଳେ ସୂର୍ଯ୍ୟ ପୂଜା କରି କାର୍ତ୍ତିକ ମାସର ମାହାତ୍ମ୍ୟ ପାଠ କରନ୍ତି । କାର୍ତ୍ତିକ ମାସର ପ୍ରତି ସୋମବାର ଶିବଙ୍କୁ ପୂଜା କରାଯାଏ । ଏଥି ପାଇଁ ପ୍ରତି ସୋମବାର ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ ।

ଗାଁରେ କାର୍ତ୍ତିକ ମାସ

ଗାଁ ଗହଳିରେ ଏହି ମାସକୁ ଅତି ନିଷ୍ଠାର ସହ ପାଳନ କରନ୍ତି । ମାସ ସାରା ଗ୍ରାମର ଆବାଳ ବୃଦ୍ଧ ବନିତା ପାହାନ୍ତା ସମୟରେ ସ୍ନାନ କରିଥାନ୍ତି । ସ୍ନାନ ସାରି ଚଉରାରେ ବିଭିନ୍ନ ପ୍ରକାର ଓ ରଙ୍ଗବେରଙ୍କର ମୁରୁଜ ଆଙ୍କିଥାନ୍ତି । ବିଶ୍ବାସ ରହିଛି ଏପରି କଲେ ପୁଣ୍ୟ ଅର୍ଜନ ହୋଇଥାଏ । ସେହିପରି ହବିଷ୍ୟାଳି ମାନେ ମଧ୍ୟ ଚଉରା ନିକଟରେ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଆଉ ମାସର ଶେଷ ଦିନରେ ପାହାନ୍ତାରୁ ଉଠି ନଦୀ କିମ୍ବା ପୋଖରୀରେ ଡଙ୍ଗା ଭସାଇବା ପରେ ଶୈବ ପୀଠ ଗୁଡିକୁ ଦର୍ଶନ କରିବାକୁ ଯାଇଥାନ୍ତି । ଅନେକ ସ୍ଥାନରେ କାର୍ତ୍ତୀକଙ୍କ ମୂର୍ତ୍ତିକୁ ମଧ୍ୟ ପୂଜା କରାଯାଏ ।

ପଞ୍ଚୁକ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ) ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବା ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ୱିକ ଭୋଜନ ଆହାର କରିଥାନ୍ତି ।

କାର୍ତ୍ତିକ ମାସ ଆରମ୍ଭ; ମାସଟିଏ ଆମିଷ ନିଷେଧ, ଚଉରା ମୂଳେ ଏକାଠି ହବିଷ୍ୟାଳି

ଶ୍ରୀମନ୍ଦିରରେ ପଞ୍ଚୁକ

କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ପୁରୀରେ ହବିଷ୍ୟାଳିଙ୍କ ଭିଡ ଜମେ । ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ , ଦ୍ଵାଦଶୀରେ ବାଙ୍କ ଚୁଡ ବେଶ , ତ୍ରୟୋଦଶୀ ରେ ତ୍ରି ବିକ୍ରମ ବେଶ , ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ । ତେବେ ପଞ୍ଚୁକରେ ମହାପ୍ରଭୁଙ୍କ ଏହି ବେଶ ଯିଏ ଦର୍ଶନ କରେ ସେ ଅପାର ଆନନ୍ଦ ସହ ଦିବ୍ୟଗତି ଲାଭ କରନ୍ତି ବୋଲି ବିଶ୍ବାସ ରହିଛି । ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟେ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ବ୍ରତଧାରୀ ମାନେ ସକାଳୁ ସମୁଦ୍ରରେ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଥାନ୍ତି । ଏକ ମାସ ଧରି ନିଷ୍ଠାର ସହ ମହାପ୍ରସାଦ ସେବନ କରି ଚଉରା ମୂଳେ ରାଇ ଦାମୋଦର ପୂଜା କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଧୁଆ ମୁଗ,ପାଚିଲା କଦଳୀ ଓ ସେଓ ଆଦି ଫଳମୂଳ ଭୋଗ ଲଗାଇ ରାଧା ଦାମୋଦରଙ୍କୁ ମାସ ସାରା ପୂଜା କରିବେ ବ୍ରତଧାରୀ । ତେବେ ହବିଷ୍ୟାଳିଙ୍କ ପାଇଁ ପ୍ରତି ବର୍ଷ ସରକାରଙ୍କ ତରଫରୁ ରହିବା ବ୍ୟବସ୍ଥା କରାଯାଏ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ହାବିଷ୍ୟାଳିଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ସେହିପରି କୌଣସି ମଠ ମନ୍ଦିରରେ ହାବିଷ୍ୟାଳିଙ୍କୁ ନ ରଖିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

ଡଙ୍ଗାଭସା

ପଞ୍ଚୁକ ପାଞ୍ଚ ଦିନର ଶେଷ ଦିନ ବା କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗାଭଷା ଉତ୍ସବ ରହିଛି । ଭୋର ସମୟରେ ସ୍ନାନ ସରିବା ପରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବ୍ରତଧାରୀ ମାନେ ନଦୀରେ ଡଙ୍ଗା ଭସାଇଥାନ୍ତି । କିଏ କାଗଜ ଡଙ୍ଗାତ କିଏ କଦଳି ପାଟୁଙ୍ଗାରେ ଡଙ୍ଗା ତିଆରି କରି ଭସାଇଥାନ୍ତି । ଅତୀତରେ ଓଡିଶାର ସାଧବ ପୁଅ ମାନେ ବିଭିନ୍ନ ବ୍ୟବସାୟ କରିବା ନେଇ ଜାଭା , ସୁମାତ୍ରା ଆଦି ଯାଉଥିଲେ। ଏହି ଦିନରେ ସେମାନେ ଯାତ୍ରା ଆରମ୍ଭ କରୁଥିଲେ। ଏଣୁ କାର୍ତ୍ତିକ ପୂର୍ଣ୍ଣିମାରେ ସେହି ସ୍ମୃତିକୁ ଉଜ୍ଜିବିତ କରିବା ପାଇଁ ଏହି ଡଙ୍ଗା ଭସା ପରମ୍ପରା ରହିଛି।

“ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ

ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ ”

ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପବିତ୍ର ଦିବସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 21, 2021, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.