ETV Bharat / city

ଆଜି କାର୍ତ୍ତିକ ପୂର୍ଣ୍ଣିମା: ଏକାଠି ଭାସିଲାନି ଡଙ୍ଗା, ଶୁଭିଲାନି ଆ-କା-ମା-ବୈ - ଭସିଲାନି ଡଙ୍ଗା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମିକ କାର୍ତ୍ତିକ ମାସର ଆଜି ଶେଷ ଦିନ । କିନ୍ତୁ କୋରୋନା କଟକଣା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୂହିକ ଭାବେ ଡଙ୍ଗା ଭସା ପାଳନ ହୋଇ ନାହିଁ । ଅଧିକ ପଢନ୍ତୁ

ଆଜି କାର୍ତ୍ତିକ ପୂର୍ଣମା: ଭସିଲାନି ଡଙ୍ଗା , ଶୁଭିଲାନି  ଆ-କା-ମା-ବୈ

author img

By

Published : Nov 19, 2021, 7:46 AM IST

Updated : Nov 19, 2021, 8:19 AM IST

ଭୁବନେଶ୍ବର: ଆ-କା-ମା-ବୈ , ପାନ-ଗୁଆ-ଥୋଇ, ପାନ-ଗୁଆ ତୋର ମାସିକ ଧର୍ମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମୀକ କାର୍ତ୍ତିକ ମାସର ଆଜି ଶେଷ ଦିନ । ଆଜିର ଦିନରେ ଏହି ଗୀତ ଗୁଣଗୁଣାଇ ନଦୀରେ ଡଙ୍ଗା ଭସାଯାଇଥାଏ । କିନ୍ତୁ କୋରୋନା କଟକଣା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୁହିକ ଭାବେ ଡଙ୍ଗା ଭସା ପାଳନ ହୋଇ ନାହିଁ । କଟକଣା ମଧ୍ୟରେ କିଛି ସ୍ଥାନରେ ପରମ୍ପରା ଅନୁଯାୟୀ ପାଳନ ବୋଇଛି ଡଙ୍ଗା ଭସା । ଏନେଇ ବିଭିନ୍ନ ସ୍ଥାନରେ ଜାରି ହୋଇଛି ୧୪୪ ଧାରା ।

କାର୍ତ୍ତିକ ପୂର୍ଣ୍ଣିମାକୁ ବୋଇତ ବନ୍ଦାଣ ମଧ୍ୟ କୁହାଯାଏ । କାହିଁ କେଉଁ କାଳରୁ ଓଡିଆ ଜିତିର ପରମ୍ପରା ହେଉଛି ବୋଇତ ବନ୍ଦାଣ ଉତ୍ସବ । ଆଜିର ଦିନରେ ସକାଳ ସମୟରେ ନଦୀ ଓ ପୁଷ୍କରିଣୀ ଗୁଡିକରେ ଡଙ୍ଗା ଭଷାଇବାକୁ ସକାଳୁ ସକାଳୁ ଲୋକଙ୍କ ଭିଡ ଜମେ । କାର୍ତ୍ତିକ ମାସ ପଞ୍ଚୁକର ଶେଷ ଦିନ ବୋଇତ ବନ୍ଦାଣ କରାଯାଏ । ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ସହିତ ଯୋଡି ଅନେକ ଅର୍ଥ କରିଥାନ୍ତି । ଆ-କାର ଅର୍ଥ ଆଷାଢ ଓ କାର୍ତ୍ତିକ ମା ବୈର ଅର୍ଥ ଭୟ କରନାହିଁ । ପୂର୍ବେ ଉତ୍କଳର ସାଧବ ପୁଅ ମାନେ ଦରିଆ ପାରି ହୋଇ ହୋଇ ଅନ୍ୟ ରାଜ୍ୟରେ ବେପାର ବଣିଜ କରୁଥିଲେ । ଏଥିପାଇଁ ଶୁଭ ମାସ ଥିଲା କାର୍ତ୍ତିକ ଓବଂ ଫେରିବା ପାଇଁ ଆଷାଢ ଥିଲା ନିରାପଦ ମାସ । କାରଣ ଏଥି ସମୟରେ କୌଣସି ସାମୁଦ୍ରିକ ଝଡର ଭୟ ନଥାଏ । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭଷାଇବା ବେଳେ ଆ-କା-ମା ବୈ ବୋଲାଯାଏ ।

ଧାର୍ମିକ ଆଚାରରେ ଆଷାଢ, କାର୍ତ୍ତିକ, ମାଘ ଓ ବୈଶାଖ ହେଉଛି ପୁଣ୍ୟମାସ । ଏହି ଚାରି ପୂଣ୍ୟ ମାସକୁ ମଧ୍ୟ ଆ-କା-ମା ବୌ ଭାବରେ ସୂଚାଯାଏ । ଏହି ଚାରିମାସ ବ୍ରତ କରି ମାସ ଶେଷର ପୂର୍ଣ୍ଣମୀରେ ଦାନକଲେ ପରମ ପୂଣ୍ୟ ମିଳେ । ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବକୁ ନେଇ ପୂରା ରାଜ୍ୟ ଉତ୍ସବ ମୁଖର ହୋଇଛି ।

ଗାଁରେ ଡଙ୍ଗା ଭଷା ଓ କାର୍ତ୍ତିକ ପୂର୍ଣ୍ଣମା

ମାସକ ଯାକ କାର୍ତ୍ତିକ ବ୍ରତ ରଖିବା ପରେ ପଞ୍ଚୁକର ଶେଷ ଦିନ ଗାଁର ନଦୀ ଓ ପୁଷ୍କରୀଣଇରେ ଡଙ୍ଗା ଭଷା ଉତ୍ସବ ପାଳନ କରାଯଏ । ଏନେଇ ଆଜି ସକାଳୁ ସକାଳୁ ବ୍ରତଧାରୀଙ୍କ ନଦୀରେ ଭିଡ ଜମେ । ନଦୀରେ ଗାଧୋଇ ସାରିବା ପରେ ବ୍ରତଧାରୀ , ଆବାଳ ବୃଦ୍ଧ ବନିତା କଦଳୀ ପାଟୁକା ଓ ସୋଲରେ ତିଆରି ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି । ବିଶେଷତଃ କଦଳୀ ପାଟୁଆରେ ଡଙ୍ଗା ତିଆରି କରି ଭଷାଯିବାର ପରମ୍ପରା ରହିଛି । ଡଙ୍ଗା ଭଷା ଯିବା ପରେ ଆବାଳ ବୃଦ୍ଧ ବନିତା ଘରକୁ ଫେରି ସମସ୍ତେ ଚଉରା ମୂଳେ ମୁରୁଜ ଆଙ୍କିଥାନ୍ତି । ଏହାପରେ ଶୈବ ପୀଠ ଗୁଡିକୁ ଦର୍ଶନ ପାଇଁ ଯାଇଥାନ୍ତି । ଅନେକ ସ୍ଥାନରେ କାର୍ତ୍ତିକ ମୂର୍ତ୍ତି ତିଆରି କରି ମଧ୍ୟ ପୂଜାର୍ଚ୍ଚନା କରାଯାଏ ।

ବାଲିଯାତ୍ରାର ଐତିହ୍ୟ

‘ଡଙ୍ଗାଭସାଣ’ ସହ ‘ବୋଇତବନ୍ଦାଣ’ ବୋଲି ଆଉ ଏକ ବିଶ୍ବାସ ମଧ୍ୟ ଯୋଡି ହୋଇ ରହିଛି । ଆମ ସାଧବ ପୁଅମାନଙ୍କ ସମୃଦ୍ଧ ବାଣିଜ୍ୟର ଏହା ପ୍ରତୀକ । ସେତେବେଳେ ଉତ୍କଳବାସୀ କୃଷି ଓ ବ୍ୟବସାୟ ବାଣିଜ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଚାଷ କାର୍ଯ୍ୟ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିଲା, ତେଣୁ କାର୍ତ୍ତିକ ମାସ ଶେଷ ଆଡକୁ ଧାନ ଆଦି ଫସଲ ଅମଳ ହୋଇଯାଉଥିଲା ଓ କାର୍ତ୍ତିକ ପୂର୍ଣ୍ଣିମା ପରଠୁ ସମୁଦ୍ରଯାତ୍ରା ପାଇଁ ମଧ୍ୟ ପଥ ସୁଗମ ହୋଇଯାଉଥିଲା । ମେଘମୁକ୍ତ ଆକାଶ ସାଙ୍ଗକୁ ପଶ୍ଚିମ ପବନ ବୋଇତକୁ ସମୁଦ୍ର ମଧ୍ୟରେ ବୋହି ନେବାକୁ ସାହାଯ୍ୟ କରୁଥିଲା । ସେ ସମୟରେ ସାଧବ ପୁଅ ବାଣିଜ୍ୟ ପାଇଁ ଜାଭା, ସୁମାତ୍ରା, ବାଲି, କାମ୍ବୋଡିଆ, ବର୍ଣ୍ଣିଓ, ମାଲେସିଆ, ଥାଇଲାଣ୍ଡ, ଫିଲିପାଇନ୍ସ, ଶ୍ରୀଲଙ୍କା ଆଦି ଦେଶ ଅଭିମୁଖେ ବାହାରି ବାଣିଜ୍ୟ କରୁଥିଲେ । ସାଧବ ପୁଅ ବ୍ୟବସାୟକୁ ବାହାରିଲେ ସେମାନଙ୍କ ପ୍ରିୟଜନ ସମୃଦ୍ଧି ଓ ସଫଳତା ନିମନ୍ତେ ‘ବୋଇତବନ୍ଦାଣ’ କରୁଥିଲେ ।

ସେହି ଗାଥାକୁ ସ୍ମରଣ କରି ଆମେ ଆଜି ବି ବୋଇତବନ୍ଦାଣ କରୁଛେ । ସେହି ବୋଇତବନ୍ଦାଣ ଉତ୍ସବର ପ୍ରତିକ ହେଉଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । କଟକ ନଗରୀ ଉପକଣ୍ଠ ସ୍ଥିତ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡିଆରେ ଅନୁଷ୍ଠିତ ହୁଏ ବାଲିଯାତ୍ରା ।ତେବେ କେବେ ଏହି ବାଲିଯାତ୍ରା ଆରମ୍ଭ ହେଲା, ସେ ନେଇ କୌଣସି ବିଶେଷ ସୂଚନା ନଥିବା ବେଳେ ଅନେକ ସମୟରେ ଏହାକୁ ନେଇ ବିବାଦ ଉପୁଜେ । ଯାତ୍ରାକୁ ନେଇ ମହାଜନ ମାନେ ତିନୋଟି ମତ ଦେଇଥିବା ବେଳେ ପ୍ରକୃତ ମତକୁ ଗ୍ରହଣ କରାଯାଇ ପାରିନାହିଁ । ପ୍ରଥମ ମତ ହେଉଛି, ଏହି ଦିନ ସାଧବ ପୁଅମାନେ ବଣିଜ କରି ଯାଉଥିବାରୁ ସେମାନଙ୍କୁ ବିଦାୟ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଉଛି । ଦ୍ବିତୀୟ ମତରେ, ନିରାପଦ ଭାବେ ବାଣିଜ୍ୟ ସାରି ଦେଶକୁ ଫେରିଥିବାରୁ ସେମାନଙ୍କୁ ସ୍ବାଗତ କରିବା ପାଇଁ ଯାତ୍ରା ହୋଇଥାଏ । ଅନ୍ୟପକ୍ଷେ ତୃତୀୟ ମତାନୁସାରେ, ମହାନଦୀର ଏହି ଘାଟରେ ଶ୍ରୀଚୈତନ୍ୟ ବିରାଜମାନ କରି ଉଦଣ୍ଡ କୀର୍ତ୍ତନ ସହିତ ଆତ୍ମବିସ୍ମୃତ ହୋଇ ମହାନଦୀର ବାଲିଘାଟ ପର୍ଯ୍ୟନ୍ତ ଗଡିଗଡି ଲୋଟି ଯାଇଥିଲେ । ତେଣୁ ଏହି ଘାଟ ନାମ ‘ଗଡଗଡିଆ ଘାଟ’ । ସେହି ସ୍ମୃତିକୁ ଧରି ରଖିବାପାଇଁ ଆୟୋଜିତ ହୁଏ ବାଲିଯାତ୍ରା ।

Last Updated : Nov 19, 2021, 8:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.