ଭୁବନେଶ୍ବର: ‘ଭାଲେଣ୍ଟାଇନ ଡେ’ ପାଇଁ କଳିଙ୍ଗ ସେନାର କଡା ଆଭିମୁଖ୍ୟ। ପାଶ୍ଚାତ୍ୟ ସଂସ୍କୃତିର ପରମ୍ପରାକୁ ବିରୋଧ କରି ଓ ପାର୍କ ଓ ମଲ୍ରେ ପ୍ରେମୀ ଯୁଗଳଙ୍କ ବୁଲାବୁଲିକୁ ବିରୋଧ କରିବ କଳିଙ୍ଗ ସେନା। ଏନେଇ ପାର୍କ ଓ ମଲ ଓ ସିନେମା ହଲ ସାମ୍ନାରେ ଜଗିବେ। ଏଥିସହ ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।
ଅସଞ୍ଜତ ଅବସ୍ଥାରେ ସର୍ବସାଧାରଣରେ ବୁଲିଲେ ବା ବସିଲେ ୨୯୩ ଓ ୨୯୪ ଆପିସିରେ ଉକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରିବାକୁ କମିସନରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ପାର୍କକୁ ‘ଭାଲେଣ୍ଟାଇନ ଡେ’ ଦିନ ବନ୍ଦ ରଖିବାକୁ ଅନୁରୋଧ ଜଣାଇଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ