ETV Bharat / city

ନବୀନଙ୍କୁ ‘କାଳିଆ’ ସବୁଠାରୁ ପ୍ରିୟ

author img

By

Published : Jun 30, 2021, 10:18 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟ ଠାକୁର ମହାପ୍ରଭୁ କାଳିଆ । ଆଉ ତାଙ୍କ ପ୍ରିୟ ଯୋଜନା ମଧ୍ୟ ହେଉଛି କାଳିଆ । ଏନେଇ ନିଜେ ସ୍ପଷ୍ଟ କରି କହିଛନ୍ତି ନବୀନ । ଅଧିକ ପଢ଼ନ୍ତୁ...

kalia scheme,  favorite scheme of cm naveen pattnaik, naveen pattnaik, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନଙ୍କ ସବୁଠୁ ପ୍ରିୟ କାଳିଆ, କାଳିଆ ଯୋଜନା, ପ୍ରିୟ ଯୋଜନା କାଳିଆ
ନବୀନଙ୍କ ସବୁଠୁ ପ୍ରିୟ ‘କାଳିଆ’

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପ୍ରିୟ ଠାକୁର ମହାପ୍ରଭୁ କାଳିଆ । ଆଉ ତାଙ୍କ ପ୍ରିୟ ଯୋଜନା ମଧ୍ୟ ହେଉଛି କାଳିଆ । କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ କୋଭିଡ଼ ସହାୟତା ରାଶି ପ୍ରଦାନ ଅବସରରେ ଏହା କହିଛନ୍ତି ନବୀନ ।

ଓଡ଼ିଶାରେ ସର୍ବାଧିକ ସମୟ କ୍ଷମତାରେ ଥିବା ଏକମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ 5 ଟି ନିର୍ବାଚନ ବୈତରଣୀ ସହଜରେ ପାର ହୋଇଛି ବିଜେଡି । ଗତ 21 ବର୍ଷ ମଧ୍ୟରେ ନବୀନ ସରକାର ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି । ରାଜ୍ୟବାସୀଙ୍କ ଲାଗି ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ଖଞ୍ଜିଛନ୍ତି ନବୀନ ।

ମହିଳାଙ୍କ ଲାଗି ମିଶନ ଶକ୍ତି, ବୃଦ୍ଧ, ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, କୃଷକଙ୍କ ଲାଗି କାଳିଆ ଏବଂ ବଳିଆ, ନିକଟରେ କୋଭିଡ଼ରେ ପିତୃମାତୃହରାଙ୍କ ଲାଗି ଆଶୀର୍ବାଦ, ଏମିତି ଅନେକ । ଏସବୁ ଯୋଜନାର ସଫଳ ରୂପାୟନ ଯୋଗୁଁ ରାଜ୍ୟବାସୀ ଉପକୃତ ହୋଇଛନ୍ତି । ଓଡ଼ିଶାର ଅନେକ ଯୋଜନାକୁ ବିଶ୍ବସ୍ତରରେ ପ୍ରଶଂସା ମିଳିଛି । ଖାଲି ସେତିକି ନୁହେଁ, ରାଜ୍ୟର ଅନେକ ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ସରକାର ମଧ୍ୟ ଲାଗୁ କରିଛନ୍ତି ।

କୁହାଯାଏ, ଏହି ସବୁ ଯୋଜନାର ସୁଫଳ ନବୀନଙ୍କୁ ନିର୍ବାଚନରେ ମିଳୁଛି । ତେବେ ଏତେ ସବୁ ଯୋଜନା ଭିତରେ ନବୀନଙ୍କର ପ୍ରିୟ ଯୋଜନା କେଉଁଟା ? ଏହି ଯୋଜନା କାହିଁକି ତାଙ୍କର ପ୍ରିୟ ? ଏ ନେଇ ଅନେକ ସମୟରେ ଅନେକ ଲୋକ ପ୍ରଶ୍ନ କରନ୍ତି । ତେବେ ନିଜ ପ୍ରିୟ ଯୋଜନା ବାବଦରେ ଖୋଦ ନବୀନ ଖୁଲାସା କରିଛନ୍ତି । କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ କୋଭିଡ଼ ସହାୟତା ରାଶି ପ୍ରଦାନ କରିବା ଅବସରରେ ରାଜ୍ୟବାସୀଙ୍କୁ ଏହା ଜଣାଇଛନ୍ତି ନବୀନ ।

ପ୍ରିୟ ଯୋଜନା ବାବଦରେ ନବୀନ କହିଛନ୍ତି ଯେ, କାଳିଆ ଯୋଜନା ହେଉଛି ତାଙ୍କର ସବୁଠାରୁ ପ୍ରିୟ ଯୋଜନା । ତାହାର କାରଣ ମଧ୍ୟ ଜଣେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ଵାର୍ଥ ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହିଆସିଛି । କାଳିଆ ଯୋଜନା ଯୋଗୁଁ ରାଜ୍ଯର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆସିଛି । ତାଙ୍କ ମନରେ ଭରସା ଦେଇଛି । ଏଥିପାଇଁ, ‘‘କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା ।’’

କାଳିଆ ଯୋଜନା 2019ରୁ ଆରମ୍ଭ ହୋଇଥିବାବେଳେ ଏଥିରେ ପ୍ରାୟ 34 ଲକ୍ଷରୁ ଅଧିକ ହିତାଧିକାରୀ ଅଛନ୍ତି । ହିତାଧିକାରୀଙ୍କ ଖାତାକୁ ସିଧାସଳଖ ରାଜ୍ୟ ସରକାର କିସ୍ତିରେ ଟଙ୍କା ପଠାଉଛନ୍ତି । କୃଷି ଓ କୃଷକଙ୍କ ବିକାଶ ଲାଗି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ସିଧାସଳଖ ଲୋକଙ୍କ ପାଖକୁ ଟଙ୍କା ପଠାଉଛନ୍ତି । କାଳିଆ ଯୋଜନାରେ ଅନୁପ୍ରାଣିତ ହୋଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କିଷାନ ଯୋଜନା ଆରମ୍ଭ ହୋଇଥିବା କୁହାଯାଏ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.