ETV Bharat / city

ଦୀପିକା ଦିନେଶ ବିବାଦ: ମହିଳା କମିଶନରେ ହାଜର ହେଲେ ଦୀପିକା - ବ୍ରହ୍ମପୁରର ଆନ୍ଦୋଳନରତ ମହିଳା

ବ୍ରହ୍ମପୁର ଦେଶୀ ବେହେରା ସାହିରେ ଆନ୍ଦୋଳନରତ ଦୀପିକା ଆଜି ମହିଳା କମିଶନରେ ହାଜର ହୋଇଛନ୍ତି । ଅଧିକ ପଢନ୍ତୁ

ଦୀପିକା ଦିନେଶ ବିବାଦ: ମହିଳା କମିଶନରେ ହାଜର ହେଲେ ଦୀପିକା

author img

By

Published : Oct 13, 2022, 4:13 PM IST

Updated : Oct 13, 2022, 8:08 PM IST

ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ବ୍ରହ୍ମପୁରର ଆନ୍ଦୋଳନରତ ମହିଳା କେ. ଦୀପିକା । ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରୁଛନ୍ତି ଦୀପିକା । ପୂର୍ବରୁ ମହିଳା କମିଶନଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ ଦୀପିକା । କିନ୍ତୁ ସ୍ବାମୀ ଦିନେଶ ଆସିନଥିଲେ । ଏବେ ପୁଣି ଥରେ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ।

ମହିଳା କମିଶନଙ୍କ ନିକଟରେ କେ. ଦୀପିକା ହାଜର ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । ସେ କହିଛନ୍ତି, "ଆଜି ନୁହେଁ, ଆସନ୍ତାକାଲି ହାଜର ହେବାକୁ ଉଭୟ ପକ୍ଷକୁ କୁହାଯାଇଛି । ଏସପିଙ୍କ ଜରିଆରେ ଦୀପିିକାଙ୍କ ସ୍ବାମୀଙ୍କୁ ମଧ୍ୟ ହାଜର ପାଇଁ କୁହାଯାଇଛି । ଦୀପିକା ଏବଂ ତାଙ୍କ ସ୍ବାମୀ ଆସନ୍ତାକାଲି ହାଜର ହେବେ" ବୋଲି ଜଣାପଡ଼ିଛି ।

ଦୀପିକା ଦିନେଶ ବିବାଦ: ମହିଳା କମିଶନରେ ହାଜର ହେଲେ ଦୀପିକା

ଏ ନେଇ ସମାଜସେବୀ ପ୍ରମିଳା ମଲ୍ଲିକ କହିଛନ୍ତି, "ଆମକୁ ୧୩ ତାରିଖରେ ଆସିବାକୁ କହିଥିଲେ । ଏବେ କ'ଣ ହେବ ଦେଖାଯିବ । ଦୀପିକାକୁ ମହିଳା କମିଶନ କ'ଣ ନ୍ୟାୟ ଦେଉଛନ୍ତି ତାହା ଅପେକ୍ଷାରେ ଆମେ ରହିଛୁ । ଦୀପିକା ପାଇଁ ଦିନେଶ ଏଠାକୁ ଆସିଲେ ସେ କ'ଣ କହୁଛି ତା' ପରେ ଘଟଣା କେଉଁଆଡ଼କୁ ଯାଉଛି ଦେଖାଯିବ । ଦିନେଶ ନିଜ ପିଲାକୁ ତା'ର ପରିଚୟ ଦେଲେ ସେହି ଶିଶୁଟିର ଆଧାର କାର୍ଡ ହେବା ସହିତ ସେ ସ୍କୁଲରେ ନାମ ଲେଖାଇ ପାଠପଢା ମଧ୍ୟ ଆରମ୍ଭ କରିବ ।"

ଏହା ବି ପଢନ୍ତୁ- ଦୀପିକା ଦିନେଶ ବିବାଦ: ପୁଅକୁ ବାପାର ପରିଚୟ ମିଳିଲେ ଧାରଣାରୁ ଉଠିବି କହିଲେ ଦୀପିକା

ସୂଚନା ଥାଉ କି ନିଜ ପୁଅକୁ ବାପାର ପରିଚୟ ଦେବା ଦାବିରେ ବ୍ରହ୍ମପୁର ଦେଶୀ ବେହେରା ସାହିରେ ଥିବା ଦିନେଶଙ୍କ ଘର ସମ୍ମୁଖରେ ଦୀର୍ଘ ଦିନ ଧରି ଧାରଣାରେ ବସିଛନ୍ତି ଦୀପିକା । ଅଗଷ୍ଟ ୨ ତାରିଖରୁ ସେ ଦିନେଶଙ୍କ ଘର ଆଗରେ ଏହି ଧାରଣା ଦେଇଛନ୍ତି । ଦିନେଶଙ୍କ ଘର ସାମ୍ନାରେ ଦୀପିକା ପାଲ ଟାଣି ଧାରଣାରେ ବସିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିର ଦିନେଶ ବ୍ରହ୍ମପୁର ସହରର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରଖିଥିଲେ । ଉଭୟଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା । ହେଲେ ପୁତ୍ର ସନ୍ତାନ ଜନ୍ମଗ୍ରହଣ ପରେ ସଂପୃକ୍ତ ଯୁବତୀଙ୍କୁ ଦିନେଶ ଏବଂ ତାର ପରିବାର ଗ୍ରହଣ କରୁନଥିବା ଏବଂ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ହଟିଯିବାକୁ କହୁଥିବା ଅଭିଯୋଗ ହୋଇଛି । ଶେଷରେ ନିଜ ପ୍ରେମିକ ଦିନେଶର ବାହାଘର ସ୍ଥିର ହୋଇଥିବା ଜାଣିବା ପରେ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଦୀପିକା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 13, 2022, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.