ଭୁବନେଶ୍ବର: ୪୦୦ ବର୍ଷ ପରେ ବୃହସ୍ପତି ଏବଂ ଶନି ଗ୍ରହ ନିକଟତର ହେବାକୁ ଯାଉଛନ୍ତି । ପାଖାପାଖି ୮00 ବର୍ଷ ପରେ ମହାକଆଶରେ ଏଭଳି ବିରଳ ସଂଯୋଗ ହେବାକୁ ଯାଉଛି । ଡିସେମ୍ବର ୨୧ତାରିଖ ସନ୍ଧ୍ୟା ଆକାଶରେ ଉଭୟ ଗ୍ରହ ନିକଟତର ହେବେ ବୋଲି ସୂନଚା ଦେଇଛନ୍ତି ମହାକାଶ ବିଜ୍ଞାନୀ । ଲୋକମାନେ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖି ପାରିବେ ବୋଲି ସୂଚନଦେଲା ପଠାଣି ସମାନ୍ତ ପ୍ଲାନେଟରିଅମ କର୍ତ୍ତୃପକ୍ଷ ।
ପ୍ରାୟ ୪୦୦ ବର୍ଷ ପରେ ଏହି ଗ୍ରହ ଦୁଇଟି ପରସ୍ପରର ଏତେ ନିକଟରେ ଥିବାପରି ଦେଖାଯିବ । ତେଣୁ ଏହା ଏକ ଅତ୍ୟନ୍ତ ବିରଳ ଘଟଣା । ଶେଷଥର ବୃହଷ୍ପତି ଏବଂ ଶନିର ୧୬ ଜୁଲାଇ, ୧୬ ୨୩ ମସିହାରେ ନିକଟତର ହୋଇଥିଲେ । କିନ୍ତୁ ଏହା ସବୁ ସ୍ଥାନକୁ ଦୃଶ୍ୟମାନ୍ଯ ହୋଇନଥିଲା। ତେଣୁ ଶେଷ ଥର ପାଇଁ ଏପରି ଏକ ମହାମିଳନ ଯାହାକୁ ଦେଖିବା ସହଜ ଥିଲା ଘଟିଥିଲା ୪ ମାର୍ଚ୍ଚ ୧୨୨୬ ମସିହାରେ ।
ଏପରି ଘଟିବାର କାରଣ : ବୃହସ୍ପତି ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୧୧.୮୬ ବର୍ଷ ନେଉଥିଲାବେଳେ ଶନି ୨୯.୪ ବର୍ଷ ନିଏ । ତେଣୁ ପ୍ରତି ୧୯,୮୫ ବର୍ଷରେ ରାତି ଆକାଶରେ ବୃହସ୍ପତି ଶନିକୁ ଅତିକ୍ରମ କରୁଥିବାର ଦେଖାଯାଏ । ପ୍ରତି ୧୯୮୫ ବର୍ଷରେ ଗ୍ରହ ଦୁଇଟି ରାତି ପୃଥିବୀରୁ ଆକାଶରେ ପରସ୍ପରର ପାଖାପାଖି ଥିବାର ଦେଖାଯାଏ ।
ଏବେ ଗ୍ରହ ଦୁଇଟି ସୂର୍ଯ୍ୟାସ୍ତ ପରେ ଉତ୍ତର-ପଶ୍ଚିମ ଦିଗବଳୟର ଅଳ୍ପ ଉପରେ ଖାଲିଆଖିରେ ଖୁବ୍ ସୁନ୍ଦର ଭାବରେ ଦେଖାଯାଉଛି । ଆସନ୍ତା ତିନି ସପ୍ତାହ ଧରି ପ୍ରତି ଦିନ ଏହି ଦୁଇଟି ଗ୍ରହ ମଧ୍ୟରେ ଥିବା ଦୂରତା କମିବ ଓ ଏମାନେ ନିକଟତର ହୋଇ ଖୁବ୍ ପାଖାପାଖି ଦୃଶ୍ୟମାନ ହେବ । ଭାରତ ତଥା ଓଡ଼ିଶାର ସବୁ ସ୍ଥାନରୁ ଏହାକୁ ଖାଲି ଆଖିରେ ଦେଖିହେବ । ଛୋଟ ଦୂରବୀକ୍ଷଣରେ ଏକ ସମୟରେ ବୃହଷ୍ପତି ଓ ତା’ର ୪ ଉପଗ୍ରହ, ଶନି ଓ ତା’ର ଏକ ଉପଗ୍ରହ ଦେଖିହେବ ।
ଏହିଭଳି ବୃହସ୍ପତି ଏବଂ ଶନି ଆମ ଜୀବନକାଳରେ ଥରେ ଏକାଠି ହେବେ ତେଣୁ ଏପରି ସୁଯୋଗ ହାତଛଡା ନକରି ଏହି ବିରଳ ଦୃଶ୍ୟ ଦର୍ଶନର ସୁଯୋଗ ନେବାକୁ ପଠାଣି ସାମନ୍ତ ପ୍ଲାନେଟରିୟମର ଉପନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ , ଇଟିଭି ଭାରତ