ETV Bharat / city

ବର୍ଷାଙ୍କ ଉପରେ ବର୍ଷିଲେ ସାମ୍ବାଦିକା ଜାଗ୍ରୃତି, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ - ବର୍ଷା ଅନୁଭବ ବିବାଦ

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କ ମଧ୍ୟରେ ଫାଟ ସୃଷ୍ଟି ମଧ୍ୟରେ ଉଠିଥିଲା ଜଣେ ମହିଳା ସାମ୍ବାଦିକାଙ୍କ ନାଁ । ସମ୍ପୂର୍ଣ୍ଣ ଘଟଣା ଉପରେ ଏବେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରୁତି ଶୁକ୍ଲା । ଅଧିକ ପଢନ୍ତୁ...

ବର୍ଷାଙ୍କ ଉପରେ ବର୍ଷିଲେ ସାମ୍ବାଦିକା ଜାଗ୍ରୃତି, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

author img

By

Published : Dec 13, 2020, 8:28 PM IST

Updated : Dec 13, 2020, 9:54 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବର୍ଷା ଓ ଅନୁଭବଙ୍କ ବିବାଦରେ ଆସିଛି ନୂଆ ମୋଡ । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କ ମଧ୍ୟରେ ଫାଟ ସୃଷ୍ଟି ମଧ୍ୟରେ ଉଠିଥିଲା ଜଣେ ମହିଳା ସାମ୍ବାଦିକାଙ୍କ ନାଁ । ନିକଟରେ ଏହି ସାମ୍ବାଦିକାଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଅନୁଭବ ମହାନ୍ତି, ଯାହାକୁ ନେଇ ବେଶ ଟ୍ରୋଲ ହୋଇଥିଲେ ସାଂସଦ । ତେବେ ସମ୍ପୂର୍ଣ୍ଣ ଘଟଣା ଉପରେ ଏବେ ମୁହଁ ଖୋଲିଛନ୍ତି ସାମ୍ବାଦିକା ଜାଗ୍ରୁତି ଶୁକ୍ଳା ।

ବର୍ଷାଙ୍କ ଉପରେ ବର୍ଷିଲେ ସାମ୍ବାଦିକା ଜାଗ୍ରୃତି, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
ବର୍ଷାଙ୍କ ଉପରେ ବର୍ଷିଲେ ସାମ୍ବାଦିକା ଜାଗ୍ରୃତି, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

ଘଟଣାକୁ ନେଇ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି ସାମ୍ବାଦିକା ଜାଗ୍ରୃତି ଶୁକ୍ଳା । ପାରିବାରିକ କଳହରେ ଅଯଥା ମୋତେ ସଂଶ୍ଳିଷ୍ଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ସହ ତାଙ୍କ ସମ୍ପର୍କ ବୃତ୍ତିଗତ । ସୋସିଆଲ ମିଡିଆରେ ଦିଆଯାଉଥିବା ଅପମାନଜନକ ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜାଗ୍ରୃତି । ବର୍ଷାଙ୍କ ପ୍ରଂସଶକମାନେ ଏଭଳି ହୀନ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକା ।

ଅନ୍ୟପକ୍ଷେ ଏହି ବିବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜାତୀୟ ମହିଳା କମିସନଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଜାଗଗ୍ରୃତି । ଅନ୍ୟପକ୍ଷେ ପୋଲିସର ଦ୍ବାରସ୍ତ ହେବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ସାମ୍ବାଦିକା ।

ସାମ୍ବାଦିକା ଜାଗ୍ରୃତି ଶୁକ୍ଳା କହିଛନ୍ତି, ମହିଳା ଭାବରେ ମୁଁ ମୋର ସମ୍ମାନ କ୍ଷୂର୍ଣ୍ମ ହେବାକୁ ଦେବି ନାହିଁ । ସହ୍ୟ କରିବାର ସୀମା ଟିପିବା ପରେ ଏଭଳି ଲେଖିବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି । ତେବେ ବର୍ଷାଙ୍କ ଫ୍ୟାନ୍ସମାନେ ଏଭଳି ପ୍ରଚାର କରୁଥିବା ସିଧାସିଧା ଅଭିନେତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଜାଗ୍ରୃତି ।

Last Updated : Dec 13, 2020, 9:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.