ETV Bharat / city

ସାମ୍ବାଦିକା ସବନମଙ୍କ ଜୀବନ ନେଲା କୋରୋନା - journalist died in covid

କୋରୋନା ନେଲା ଆଉ ଜଣେ ସାମ୍ବାଦିକାଙ୍କୁ ଜୀବନ । ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନ କୋରୋନାରେ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ..

ଆରଜେ ସବନମ ସରିନଙ୍କର କରୋନାରେ ମୃତ୍ୟୁ
ସାମ୍ବାଦିକା ସବନମଙ୍କ ଜୀବନ ନେଲା କୋରୋନା
author img

By

Published : May 11, 2021, 3:41 PM IST

Updated : May 11, 2021, 4:18 PM IST

ଭୁବନେଶ୍ବର: କୋରୋନା ନେଇଛି ପୁଣି ଜଣେ ସାମ୍ବାଦିକାଙ୍କ ଜୀବନ । ସୋଆ ରେଡିଓରେ କାର୍ଯ୍ୟରତ ସବନମ ସରିନଙ୍କର କୋରୋନାରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କରୋନାରେ ସଂକ୍ରମିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା ।

ସାମ୍ବାଦିକା ସବନମଙ୍କ ଜୀବନ ନେଲା କୋରୋନା

କୋରୋନାରେ ସଂକ୍ରମିତ ପରେ ସେ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ହୋଇନଥିଲା । ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି । ସୋଆ ରେଡିଓ ସହ ସେ ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସରିନଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

ସାମ୍ବାଦିକା ସବନମଙ୍କ ଜୀବନ ନେଲା କୋରୋନା
ସାମ୍ବାଦିକା ସବନମଙ୍କ ଜୀବନ ନେଲା କୋରୋନା

ସବନମ ସରିନ ରମାଦେବୀ ମହିଳା ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍ କରିଥିଲେ । ଏହାପରେ ସେ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ପାସ କରିଥିଲେ । IGNOUରୁ ସେ ଜର୍ଣ୍ଣାଲିଜିମ କରିଥିଲେ । ସେ କେବଳ ଜଣେ ଦକ୍ଷ ସାମ୍ବାଦିକା ନହେଁ ଭଲ ମଣିଷଟିଏ ଥିଲେ । ଏଭଳି ଜଣେ ଦକ୍ଷ ସାମ୍ବାଦିକାଙ୍କୁ ହରାଇବା ସାମ୍ବାଦିକ ଜଗତର ଏକ ବିରାଟ କ୍ଷତି ।

ଏହାପୂର୍ବରୁ ମଧ୍ୟ ରାଜ୍ୟରେ ବହୁ ସାମ୍ବାଦିକଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 11, 2021, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.