ETV Bharat / city

ମହିଳାକୁ ଅସଦାଚରଣ ମାମଲା, ଗିରଫ ହେଲେ ସାମ୍ବାଦିକଙ୍କ ସମେତ ଚ୍ୟାନେଲ MD - ଗିରଫ ହେଲେ ସମ୍ବାଦିକ

ସୁଧ କାରବାର ନେଇ ମହିଳାଙ୍କୁ ଅସଦାଚରଣ ଘଟଣାରେ ଗିରଫ ହେଲେ ଚ୍ୟାନେଲ ଏମଡି ସମେତ ସାମ୍ବାଦିକ । ଅଧିକ ପଢନ୍ତୁ...

ମହିଳାକୁ ଅସଦାଚରଣ ମାମଲା, ଗିରଫ ହେଲେ ସମ୍ବାଦିକଙ୍କ ସମେତ ଚ୍ୟାନେଲ MD

author img

By

Published : Oct 5, 2021, 5:28 PM IST

ଭୁବନେଶ୍ବର: ସୁଧ କାରବାର ନେଇ ମହିଳାଙ୍କୁ ଅସଦାଚରଣ ଘଟଣାରେ ଗିରଫ ହେଲେ ୨ ଗଣମାଧ୍ୟମ ପ୍ରତିନିଧି । ଜଣେ ମହିଳାଙ୍କଠାରୁ ପ୍ରତିକ୍ରିୟା ନେବା ଆଳରେ ୨ ଗଣମାଧ୍ୟମ ପ୍ରତିନିଧି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ମହିଳାକୁ ଅସଦାଚରଣ ମାମଲା, ଗିରଫ ହେଲେ ସମ୍ବାଦିକଙ୍କ ସମେତ ଚ୍ୟାନେଲ MD

ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । କମିଶନରେଟ ପୋଲିସର କହିବା ଅନୁସାରେ ମହିଳାଙ୍କୁ ଅସଦାଚରଣ ମାମଲାରେ ନ୍ୟୁଜ ଚ୍ଯାନେଲ 'ପରିବର୍ତ୍ତନ'ର ସାମ୍ବାଦିକ ଚନ୍ଦ୍ରକାନ୍ତ ଦଳେଇ ଏବଂ ଏମଡି ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଆଇପିସିର ଧାରା ୨୯୪, ୫୦୬, ୩୫୪, ୩୫୪ଡି ଏବଂ ୩୪ ଆଧାରରେ ଗିରଫ କରିଛି ମଞ୍ଚେଶ୍ବର ଥାନା ପୋଲିସ ।

ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଘରକୁ ଯାଇ ଦୁଇ ଗଣମାଧ୍ୟମ ପ୍ରତିନିଧି ମାନେ ସୁଧ କାରବାର ନେଇ ଟଙ୍କା ମାଗିଥିଲେ । ମହିଳାଙ୍କ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରିଛି କମିଶନରେଟ ପୋଲିସେ । ଏହାକୁ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସାମ୍ବାଦିକ ପରିଚୟ ଦେଇ ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.