ETV Bharat / city

ନେପାଳ ପଶୁପତିନାଥ ମନ୍ଦିରରେ ପ୍ରତିଷ୍ଠା ହେବ ଚତୁର୍ଦ୍ଧା ବିଗ୍ରହ - jagannath idol established

ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି ନେପାଳର ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ପ୍ରତିଷ୍ଠା ହେବ । ଅଧିକ ପଢନ୍ତୁ...

ନେପାଳ ପଶୁପତିନାଥ ମନ୍ଦିରରେ ପ୍ରତିଷ୍ଠା ହେବ ଚତୁର୍ଦ୍ଧା ବିଗ୍ରହ
ନେପାଳ ପଶୁପତିନାଥ ମନ୍ଦିରରେ ପ୍ରତିଷ୍ଠା ହେବ ଚତୁର୍ଦ୍ଧା ବିଗ୍ରହ
author img

By

Published : Dec 3, 2019, 7:09 PM IST

ଭୁବନେଶ୍ବର: ନେପାଳର ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ପ୍ରତିଷ୍ଠା ହେବ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି । ଏନେଇ ବୁଧବାର ପୁରୀରୁ 20 ଜଣ ସେବାୟତଙ୍କ ସମେତ ଏକ 40ରୁ ଉର୍ଦ୍ଧ୍ବ ଅଭିଯାତ୍ରୀ ଦଳ ନେପାଳ ଯିବେ।

ମଙ୍ଗଳବାର ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶୁପତିନାଥ ମନ୍ଦିରର ବରିଷ୍ଠ ଟ୍ରଷ୍ଟି ଅର୍ଜୁନ ପ୍ରସାଦ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡିଶାର ଜଗନ୍ନାଥ ମନ୍ଦିର ସହିତ ନେପାଳର ସମ୍ପର୍କ ଅନେକ ବର୍ଷ ପୂର୍ବରୁ ରହି ଆସିଛି । ସେହି ସମ୍ପର୍କକୁ ଆହୁରି ମଜବୁତ୍ କରିବା ଲକ୍ଷ୍ୟରେ ଓଡିଶା ଓ ନେପାଳ ମଧ୍ୟରେ ମୈତ୍ରୀ ଯାତ୍ରା ଆରମ୍ଭ ହୋଇଛି । ଯାହାକି ଦୁଇ ଦେଶ ମଧ୍ୟରେ ନିଜର ସାଂସ୍କୃତିକ ସମ୍ବନ୍ଧ ଆଦାନ ପ୍ରଦାନର ଏକ ଉତ୍ତମ ପ୍ରୟାସ।

ଏହାକୁ ଆଉ ପାଦେ ଆଗକୁ ନେବାକୁ ଯାଇ ପଶୁପତିନାଥ ମନ୍ଦିର ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତୀ ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଯାହାକି ଆସନ୍ତା 7 ଓ 8ତାରିଖ ଦିନ ଏଠାରୁ ଯାଉଥିବା ସେବାୟତ ଓ ସାଧୁଙ୍କ ଦ୍ବାରା କରାଯିବ।

ଏହି ଅବସରରେ ସେଠାରେ ଏକ ଆନ୍ତର୍ଜାତିକ କର୍ମକାଣ୍ଡ ସମ୍ମିଳନୀର ଆୟୋଜନ କରାଯାଇଛି। ଯେଉଁଥିରେ ନେପାଳ, ଭାରତ, ବାଂଲାଦେଶ ସମେତ ଆମରିକାର ପୁରୋହିତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସ୍ଥାନୀୟ ଜୟଦେବ ଭବନ ପରିସରରେ ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଜଗନ୍ନାଥ ମନ୍ଦିରର ସେବାୟତ ଓ ଅନ୍ୟମାନେ ଉପସ୍ଥିତ ରହି ଏହି ମୈତ୍ରୀ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନେପାଳ ର ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ପ୍ରତିଷ୍ଠା ହେବ ଜଗନ୍ନାଥ,ବଳଭଦ୍ର,ସୁଭଦ୍ରା ଓ ପ୍ରଭୁ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି।ଏନେଇ ଆସନ୍ତାକାଲି ପୁରୀରୁ 20 ଜଣ ସେବାୟତଙ୍କ ସମେତ ଏକ 40ରୁ ଉର୍ଦ୍ଧ୍ବ ଅଭିଯାତ୍ରୀ ଦଳ ନେପାଳ ଯିବେ ବୋଲି ସୂଚନା ମିଳିଛି।

Body:ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶୁପତିନାଥ ମନ୍ଦିରର ବରିଷ୍ଠ ଟ୍ରଷ୍ଟି ଅର୍ଜୁନ ପ୍ରସାଦ କହିଛନ୍ତି କି ଓଡିଶା ର ଜଗନ୍ନାଥ ମନ୍ଦିର ସହିତ ନେପାଳ ର ସମ୍ପର୍କ ଅନେକ ବର୍ଶ୍ଵ ପୂର୍ବରୁ ରହି ଆସିଛି।ସେହି ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଓଡିଶା ଓ ନେପାଳ ମଧ୍ୟରେ ମୈତ୍ରୀ ଯାତ୍ରା ଆରମ୍ଭ ହୋଇଛି।ଯାହାକି ଦୁଇ ଦେଶ ମଧ୍ୟରେ ନିଜର ସାଂସ୍କୃତିକ ସମ୍ବନ୍ଧ ଆଦାନ ପ୍ରଦାନ ର ଏକ ଉତ୍ତମ ପ୍ରୟାସ।ଏହାକୁ ଆଉ ପାଦେ ଆଗକୁ ନେବାକୁ ଯାଇ ପଶୁପତିନାଥ ମନ୍ଦିର ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂର୍ତି ସ୍ଥାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।ଯାହାକି ଆସନ୍ତା 7 ଓ 8ତାରିଖ ଦିନ ଏଠାରୁ ଯାଉଥିବା ସେବାୟତ ଓ ସାଧୁମାନଙ୍କ ଦ୍ୱାରା କରାଯିବ ବୋଲି ସେକହିଛନ୍ତି।ଏହି ଅବସରରେ ସେଠାରେ ଏକ ଆନ୍ତର୍ଜାତିକ କର୍ମକାଣ୍ଡ ସମ୍ମିଳନୀର ଆୟୋଜନ କରାଯାଇଥିବା ଜଣାପଡିଛି।ଯେଉଁଥିରେ ନେପାଳ,ଭାରତ,ବାଙ୍ଗାଳଦେଶ ସମେତ ଆମରିକାରେ ପୁରହିତମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସ୍ଥାନୀୟ ଜୟଦେବ ଭବନ ପରିସରରେ ଓଡିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଜଗନ୍ନାଥ ମନ୍ଦିର ର ସେବାୟତ ଓ ଅନ୍ୟମାନେ ଉପସ୍ଥିତ ରହି ଏହି ମୈତ୍ରୀ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ।
ବାଇଟ-ଅର୍ଜୁନ ପ୍ରସାଦ ବସ୍ତଲା।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.