ଭୁବନେଶ୍ବର: ସେପ୍ଟେମ୍ବର ୬ରେ ଓଡ଼ିଶା ଫେରିବେ ଜଗା-ବଳିଆ । ୭ରେ କଟକ ଏସ୍ସିବିରେ ପହଞ୍ଚିବେ ପହଞ୍ଚିବେ ଜଗା-ବଳିଆ । ତାଙ୍କ ସହ ଏମ୍ସର ଡାକ୍ତରୀ ଟିମ୍ ଓ ଜଗା-ବଳିଆର ଅଭିଭାବକ ଓଡିଶା ଆସିବେ। ସେମାନଙ୍କ ଓଡ଼ିଶା ଭବନ କର୍ମଚାରୀ ମଧ୍ୟ ଆସିବେ ବୋଲି ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।
ଓଡିଶା ଆସିବା ପରେ ରାଜ୍ୟ ସରକାର ଜଗା-ବଳିଆଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ କରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ରାଜ୍ୟ ସରକାର ଏକ ଡାକ୍ତରୀ ଟିମ୍ ଗଠନ କରିବା ପାଇଁ ମଧ୍ୟ ସେ କହିଛନ୍ତି । ୬ ତାରିଖରେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀରୁ ବାହାରି ୭ ତାରିଖରେ ଓଡ଼ିଶାର ପହଞ୍ଚିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସେମାନେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ