ଭୁବନେଶ୍ବର: ଓଟିଇଟର ଚଳିତ ବର୍ଷ ଅନଲାଇନ ପରୀକ୍ଷାରେ ତୃଟି ଦେଖାଯାଇଥିଲା । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୋମବାର ଓଟିଇଟି ପରୀକ୍ଷା ବିଭ୍ରାଟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଛି ।
ମନ୍ତ୍ରୀ ସମୀର ଦାସଙ୍କ ଅଧ୍ୟକ୍ଷତାରେ ବସିଛି ଏକ ବୈଠକ । ଯେଉଁଥିରେ ଉପସ୍ଥିତ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ପେଶାଲ ସେକ୍ରେଟାରୀ ବିଶ୍ଵନାଥ ପ୍ରଧାନ, ଅତିରିକ୍ତ ସଚିବ ଖଗେନ୍ଦ୍ର ପାଢ଼ୀ, ବୋର୍ଡର ସମ୍ପାଦକ ରାମାଶିଷ ହାଜରା ଓ ବୋର୍ଡର କଣ୍ଟ୍ରୋଲର ନିହାର ମହାନ୍ତି ।
ଓଟିଇଟି ପରୀକ୍ଷାରେ ଭୁଲ ହୋଇଥିବା ସ୍ଵୀକାର କରିଛନ୍ତି ମନ୍ତ୍ରୀ ସମୀର ଦାସ । ନଭେମ୍ବର ୨୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡକୁ ନିର୍ଦ୍ଦେଶ । ପରୀକ୍ଷାରେ କାହିଁକି ତୃଟି ହେଲା ଗ୍ରେସ ମାର୍କ ଦିଆଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବ ବୋର୍ଡର କଣ୍ଡକ୍ଟିଂ ବୋର୍ଡ ।
ତେବେ ପ୍ରଶ୍ନପତ୍ର ପାଇଁ ୫୦୦ ଟଙ୍କା ଦେଇଥିବା ପରୀକ୍ଷାର୍ଥୀମାନଙ୍କୁ ଟଙ୍କା ଫେରାଯିବ । ପ୍ରଶ୍ନପତ୍ର ପାଇଁ ପାଞ୍ଚ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ