ETV Bharat / city

ସରକାରଙ୍କ ସାଂସଦ ପ୍ରେମ, ଅଧିକାରୀଙ୍କ ଚିଠିରେ ଏବେବି ଏମପି କଳିକେଶ

ତୁଟୁନି ମୋହ । ଉଠୁନି ଆଶା । ସରକାରଙ୍କ ପାଇଁ ଏବେ ବି ପରାଜିତ ପ୍ରାର୍ଥୀ ସାଜିଛନ୍ତି ସାଂସଦ । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଳ ସମ୍ପଦର ବରିଷ୍ଠ ଅଧିକାରୀଙ୍କ ଚିଠିରେ । ପୂର୍ବତନ ସାଂସଦକୁ ବର୍ତ୍ତମାନର ସାଂସଦ ବୋଲି କରିଛନ୍ତି ଉଲ୍ଲେଖ ।

author img

By

Published : Sep 24, 2019, 11:27 AM IST

Updated : Sep 24, 2019, 11:52 AM IST

ଡ଼ିଜାଇନ୍ ଫଟୋ

ଭୁବନେଶ୍ବର: ଆସନ ଗଲା ପରେ ବି ସରକାରଙ୍କ ତୁଟିପାରୁନି କ୍ଷମତା ଆଶା । ଏପଟେ ବିଜେଡ଼ି ପ୍ରେମରେ ଯେମିତି ଉବୁଟୁବୁ ସରକାରୀ ବାବୁ । ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକସଭା ଆସନରେ ଶାସକ ବିଜେଡ଼ିର ବିପର୍ଯ୍ୟୟ ଘଟିଛି । ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓଙ୍କୁ ହରାଇ ବାଜିମାତ୍ କରିଛନ୍ତି ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂଦେଓ । କିନ୍ତୁ ରାଜ୍ୟ ସରକାରଙ୍କ ପାଇଁ ଏବେ ମଧ୍ୟ ସାଂସଦ ହୋଇ ରହିଛନ୍ତି କଳିକେଶ ।

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଚିଠିରେ ଦେଖିବାକୁ ମିଳିଛି ଏହାର ଜ୍ବଳନ୍ତ ଉଦାହରଣ । ବିଭାଗର ଅତିରିକ୍ତ ସଚିବ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି । ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂଦେଓଙ୍କୁ ସାଂସଦ ବୋଲି କୁହାଯାଇଛି ।

irregation-department-letter
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଘଟଣା ପୂର୍ବରୁ ଖୋଦ କଳିକେଶ ସାଂସଦ ଲେଖାଥିବା ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ । ଯାହା ଚର୍ଚ୍ଚା ପାଲଟିଥିଲା । ଆଉ ଏବେ ସମାନ ଢଙ୍ଗରେ ସାମ୍ନାକୁ ଆସିଛନ୍ତି ଜଳସମ୍ପଦର ବରିଷ୍ଠ ଅଧିକାରୀ । ଏହା ସରକାରଙ୍କ ଶାସନ ଲୋଭ ନା ଅଧିକାରୀଙ୍କ ପ୍ରେମ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜୁ ଜନତା ଦଳର ମୋହରେ ଯେମିତି ବଂଫାହ ପଡିଛନ୍ତି ସରକାରୀ ବାବୁ। ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ତାଙ୍କ ସରକାରୀ ଚିଠିରେ ବଲାଙ୍ଗୀର ର ପୂର୍ବତନ ସାଂସଦ କଲିକେଶ ସିଂଦେଓଙ୍କୁ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି। ବିଭାଗର ଅତିରିକ୍ତ ସଚିବ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଏହା ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ବନ୍ୟା ସ୍ଥିତି ନେଇ ଆବଶ୍ୟକ ପଫକ୍ଷେପ ନେବାକୁ ସେ କହିଛନ୍ତି। ଏହା ପୂର୍ବରୁ ନିଜେ କଲିକେଶ ସାଂସଦ ଲେଖାଥିବା ଲେଟର ହେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଚର୍ଚ୍ଚା କୁ ଜୋର କରିଛନ୍ତି।Body:HConclusion:
Last Updated : Sep 24, 2019, 11:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.