ETV Bharat / city

ଶପଥ ନେଲେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ

author img

By

Published : Oct 5, 2021, 4:14 PM IST

ମୁଖ୍ୟ ସୂଚନା କମିଶନର ଭାବେ ଆଜି ଶପଥ ନେଇଛନ୍ତି ଜଳଦ କୁମାର ତ୍ରିପାଠୀ । ରାଜଭବନରେ ରାଜ୍ୟପାଳ ଜଳଦଙ୍କୁ ଶପଥ ପାଠ କରାଇଛନ୍ତି । ଅଧିକ ପଢ଼ନ୍ତୁ...

ଶପଥ ନେଲେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ
ଶପଥ ନେଲେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ବର: ମୁଖ୍ୟ ସୂଚନା କମିଶନର ଭାବେ ଆଜି ଶପଥ ନେଇଛନ୍ତି ଜଳଦ କୁମାର ତ୍ରିପାଠୀ । ରାଜଭବନରେ ରାଜ୍ୟପାଳ ଜଳଦଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସିରେ ଯୋଗ ଦେଇଥିଲେ । ଜଳଦଙ୍କୁ ପଦ ମର୍ଯ୍ୟାଦା ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ । ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହ ଲୋକଙ୍କ ହିତକୁ ଆଖି ଆଗରେ ରଖି ସମସ୍ତ ପଦକ୍ଷେପ ନେବେ ବୋଲି ଜଳଦ କହିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉପସ୍ଥିତ ରହିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସୂଚନା ଏବଂ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ହେବା ପୂର୍ବରୁ ତାମିଲନାଡ଼ୁରରେ ପୋଲିସ ମହାନିର୍ଦ୍ଦେଶକ ଥିଲେ ଓଡ଼ିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଜଳଦଙ୍କ ନାଁରେ ମୋହର ବାଜିଥିଲା । ତାଙ୍କ ନିଯୁକ୍ତିରେ ରାଜ୍ୟପାଳଙ୍କ ଅନୁମୋଦନ କରିଥିଲେ । ଅଗଷ୍ଟ ୧୫ରେ ମୁଖ୍ୟ ସୂଚନା କମିଶନର ଭାବେ ସୁନୀଲ ମିଶ୍ର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ।

୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡ଼ିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ତାରିଖରେ ସେ ଅବସର ନେଇଥିଲେ । କଟକରେ ଜନ୍ମ ନେଇଥିବା ଜଳଦ ତାମିଲନାଡୁରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି । ଲୋକସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୮ରେ ପ୍ରଧାନମନ୍ତ୍ରୀ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ଏହି ଓଡ଼ିଆ ଆଇପିଏସ ଅଫିସର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.