ETV Bharat / city

‘ଯୁବତୀଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ଗର୍ବିତ’ - intervew-in-rpf-police

ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ବହୁତ ଗର୍ବ ଅନୁଭବ କରୁଛି । ଯାତ୍ରୀ ଟ୍ରେନରେ ଚଢିବା ବେଳେ ସର୍ବଦା ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି ଷ୍ଟେସନରୁ ମହିଳାଙ୍କୁ ଉଦ୍ଧାର କରିଥିବା ଆରପିଏଫ କର୍ମଚାରୀ । ଅଧିକ ପଢନ୍ତୁ...

intervew-in-rpf-police
‘ମହିଳାଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ଗର୍ବିତ’
author img

By

Published : Feb 16, 2020, 1:29 AM IST

Updated : Feb 16, 2020, 4:04 AM IST

ଭୁବନେଶ୍ବର: ରେଳ ଷ୍ଟେସନରେ ଟ୍ରେନରେ ଚଢ଼ିବା ବେଳେ ଜଣେ ଯୁବତୀ ନିଜର ସନ୍ତୁଳନ ହରାଇ ଟ୍ରେନରୁ ତଳକୁ ପଡି ଯାଉଥିଲେ। ଚଳନ୍ତା ଟ୍ରେନ ଯୋଗୁ ସେ ଘୋଷାରି ହୋଇ ଯାଉଥିବାବଳେ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ କନେଷ୍ଟବଳଙ୍କ ନଜରରେ ଆସିଥିଲେ। ପରେ ଉକ୍ତ କର୍ମଚାରୀ ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ଜୀବନ ରକ୍ଷା କରିପାରିଛନ୍ତି । ଯେଉଁଥିପାଇଁ ଯାତ୍ରୀ ଜଣଙ୍କ କୌଣସି ପ୍ରକାର ଅଘଟଣ ଘଟିବାରୁ ବର୍ତିଯାଇଥିଲେ।

‘ମହିଳାଙ୍କ ଜୀବନ ରକ୍ଷା କରିଥିବାରୁ ମୁଁ ଗର୍ବିତ’

ଯେଉଁ ଆରପିଏଫ କର୍ମଚାରୀ ଜଣଙ୍କ ଯିଏ ଉକ୍ତ ଯାତ୍ରୀଙ୍କୁ ଦେବଦୂତ ସାଜି ଉଦ୍ଧାର କରିଥିଲେ ତାଙ୍କ ସହିତ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି । ଜଣେ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବାରୁ ସେ ବହୁତ ଗର୍ବ ଅନୁଭବ କରୁଥିବା କହିଛନ୍ତି।

ନୟାଗଡ଼ରେ କନେଷ୍ଟବଳ ସୁବ୍ରତ କୁମାର ମହାରଣା ଜନ୍ମ ହୋଇଥିବା ବେଳେ ସେ ଏଠାରେ 2015 ମସିହା ଠାରୁ କାର୍ଯ୍ୟକରୁଥିବା କହିଛନ୍ତି। ତାଙ୍କ ଚାକିରୀ ସମୟ ମଧ୍ୟରେ ସେ ଏପରି ଘଟଣା ନିଜ ସମ୍ମୁଖରେ ଦେଖି ନଥିବାବେଳେ ଜଣଙ୍କ ଜୀବନ ବଞ୍ଚାଇ ପାରିଥିବାରୁ ନିଜକୁ ଧନ୍ୟ ମନେକରିଥିବା କହିଛନ୍ତି। ଏହି ସାକ୍ଷାତକାରରେ ଯାତ୍ରୀମାନଙ୍କୁ ଚଳନ୍ତା ଟ୍ରେନରେ ନଚଢ଼ିବା କିମ୍ବା ନଓହ୍ଲାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Feb 16, 2020, 4:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.