ETV Bharat / city

International Yoga Day: ପୁରୀ, କୋଣାର୍କ, ଖିଚିଂରେ ହେବ ଯୋଗ ପ୍ରଦର୍ଶନ - ଐତିହ୍ୟ ସ୍ଥାନରେ ପାଳିତ ହେବ ଯୋଗ ଦିବସ

ଆସନ୍ତା ୨୧ ତାରିଖରେ ପାଳିତ ହେବ ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ଦେଶର ୭୫ଟି ଐତିହ୍ୟ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯିବ । ଅଧିକ ପଢନ୍ତୁ

International Yoga Day: ପୁରୀ, କୋଣାର୍କ, ଖିଚିଂରେ ହେବ ଯୋଗ ପ୍ରଦର୍ଶନ

author img

By

Published : Jun 19, 2022, 3:51 PM IST

ଭୁବନେଶ୍ବର: ଯୋଗର ପ୍ରଚାର ପ୍ରସାର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସମଗ୍ର ବିଶ୍ବରେ ଜୁନ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଭାରତ ସରକାର ଦେଶର ୫ଟି ଐତିହ୍ୟ ସ୍ଥାନରେ ଯୋଗ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ତେବେ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯୋଗ ମହୋତ୍ସବ ସମିତିର ସମ୍ପାଦକ ଦିବାକର ପ୍ରସାଦ ହରିଚନ୍ଦନ ।

International Yoga Day: ପୁରୀ, କୋଣାର୍କ, ଖିଚିଂରେ ହେବ ଯୋଗ ପ୍ରଦର୍ଶନ

ଓଡ଼ିଶାରେ ଯୋଗର ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଂଯୋଜନାରେ ୨୦୧୫ ମସିହାରୁ ଯୋଗ ମହୋତ୍ସବ ସମିତି କାର୍ଯ୍ୟ କରୁଛି । ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ବାରା ୮ମ ଆନ୍ତର୍ଜାତିକ ଯୋଗ ଦିବସ ସହ ୭୫ତମ 'ଆଜାଦୀ କା ଅମୃତ ମହୋତ୍ସବ' ପାଳନ ଅବସରରେ ଦେଶର ୭୫ଟି ଐତିହ୍ୟ ସ୍ଥାନରେ ଯୋଗ ପ୍ରଦର୍ଶନ କରାଯିବ । ଓଡ଼ିଶାର ୩ଟି ସ୍ଥାନ ପୁରୀ, କୋଣାର୍କ ଓ ଖିଚିଂରେ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ଯୋଗ ପ୍ରଦର୍ଶନ କରିବେ।

୩ଟି ସ୍ଥାନରେ ୩ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ । ପୁରୀରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, କୋଣାର୍କରେ ରେଳ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଆଦିବାସୀ ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ଖିଚିଂରେ ରହି ଲୋକଙ୍କୁ ଯୋଗ ବିଷୟରେ ଉଦବୋଧନ ଦେବେ । ୨୧ ତାରିଖ ଦିନ ମହୀଶୂରରୁ ପ୍ରଧାନମନ୍ତ୍ରୀଙ୍କ ୨୦ ମିନିଟ ଅଭିଭାଷଣ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.