ETV Bharat / city

ଅପ୍ରେଲ ୧୬ ତାରିଖରୁ ଅନ୍ତର୍ଜାତୀୟ ରେଡିଓ ମେଳାର ଶୁଭାରମ୍ଭ, ଯୋଗଦେବେ ଜଣାଶୁଣା RJ

author img

By

Published : Apr 11, 2022, 8:40 PM IST

ଏପ୍ରିଲ ୧୬ରୁ ଅଷ୍ଟମ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାର ଶୁଭାରମ୍ଭ ହେବ । ଏହି ରେଡିଓ ମେଳାର ମୁଖ୍ୟ ଆକର୍ଷଣ ସାଜିବେ ଦେଶର ୪ ଜଣ ଜଣାଶୁଣା ଲୋକପ୍ରିୟ RJ(Radio Jockey) । ଅଧିକ ପଢ଼ନ୍ତୁ

ଅପ୍ରେଲ ୧୬ ତାରିଖରୁ ଅନ୍ତର୍ଜାତୀୟ ରେଡିଓ ମେଳାର ଶୁଭାରମ୍ଭ, ଯୋଗଦେବେ ଜଣାଶୁଣା RJ
ଅପ୍ରେଲ ୧୬ ତାରିଖରୁ ଅନ୍ତର୍ଜାତୀୟ ରେଡିଓ ମେଳାର ଶୁଭାରମ୍ଭ, ଯୋଗଦେବେ ଜଣାଶୁଣା RJ

ଭୁବନେଶ୍ବର: ଏପ୍ରିଲ ୧୬ରୁ ଅଷ୍ଟମ ଆଉଟରିଚ୍ ଅନ୍ତର୍ଜାତୀୟ ରେଡିଓ ମେଳାର ଶୁଭାରମ୍ଭ ହେବ । ଏହି ରେଡିଓ ମେଳାର ମୁଖ୍ୟ ଆକର୍ଷଣ ସାଜିବେ ଦେଶର ୪ ଜଣ ଜଣାଶୁଣା ଲୋକପ୍ରିୟ RJ(Radio Jockey) । RJ ପ୍ରବୀଣ, RJ ଅରିତ୍ର, RJ ଭିନୀ ଓ RJ ରାଘବ ଏହି ରେଡିଓ ମେଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ୧୦୦ ଛାତ୍ରଛାତ୍ରୀଙ୍କୁ ଆର୍ଜେଇଙ୍ଗ ଟ୍ରେନିଂ ଦିଆଯିବାର ଯୋଜନା ରହିଛି ।

କଣ୍ଠଶିଳ୍ପୀ ଅମ୍ରିତା ନାୟକଙ୍କୁ ଅର୍ଥରାଶି ପୁରସ୍କାର ସହ ଉପେନ୍ଦ୍ର କୁମାର ପାହାଡ଼ସିଂହ ମେମୋରିଆଲ ସମ୍ମାନରେ ସମ୍ମାନୀତ କରାଯିବ । ଅନ୍ତର୍ଜାତୀୟ ରେଡିଓ ମେଳାରେ ୪ ହଜାର ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ ଓ ହାମ୍‌ ରେଡିଓ ପ୍ରଦର୍ଶିତ ହେବ । ଦୀପକ ସାମନ୍ତରାୟଙ୍କୁ ନଦିଆ ବିହାରୀ ମହାନ୍ତି ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ । କାନପୁରର RJ ରାଘବଙ୍କୁ ବେଷ୍ଟ RJ ଓ ଇନ୍ଦୋରର RJ ଭିନୀଙ୍କୁ ଲୋକସେବାରେ ରେଡିଓର ଶ୍ରେଷ୍ଠ ବ୍ୟବହାର ପାଇଁ ସମ୍ମାନିତ କରାଯିବ ।

କୋରୋନା କଟକଣା ମଧ୍ୟରେ ଆସନ୍ତା ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ ରେଡିଓ ମେଳା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଉଟ୍‌ରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି । ଅଷ୍ଟମ ଥର ପାଇଁ ଏହି ରେଡିଓ ମେଳା ଆୟୋଜିତ ହେବ । ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ୱାକିଟକି ସହ ହାମ୍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ । ବିଭିନ୍ନ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ ଖୋଲିବେ।

ରେଡିଓ ପ୍ରତି ଛାତ୍ରଛାତ୍ରୀଙ୍କ ବୃଦ୍ଧି ପାଉଥିବା ଆଗ୍ରହକୁ ଦେଖି ଏଥର ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରେଡିଓ ମେଳାକୁ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସ୍‌ ପଠାଯିବ । ଏହାଛଡ଼ା ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଟେଲିସ୍କୋପ ଜରିଆରେ ସନ୍ଧ୍ୟାରେ ଆକାଶ ଦେଖିବାର ବ୍ୟବସ୍ଥା ମଧ୍ୟ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.