ETV Bharat / city

18 ବର୍ଷରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଗୋଟିଏ ଦେଶ ଗୋଟିଏ ଶିକ୍ଷାକୁ ଗୁରୁତ୍ବ - 18 ବର୍ଷରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ

18 ବର୍ଷରେ ପଦାର୍ପଣ କରିଛି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ। ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ...

18 ବର୍ଷରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଗୋଟିଏ ଦେଶ ଗୋଟିଏ ଶିକ୍ଷାକୁ ଗୁରୁତ୍ବ

author img

By

Published : Jan 14, 2021, 4:04 PM IST

ଭୁବନେଶ୍ବର: 18 ବର୍ଷରେ ପଦାର୍ପଣ କରିଛି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ। 4ଟି ଶିକ୍ଷାନୁଷ୍ଠାନରୁ ଆରମ୍ଭ ହୋଇଥିବା ଏହି ସଂଗଠନ ରାଜ୍ୟରେ ଏବେ 1254 ବିଦ୍ୟାଳୟରେ ପହଁଚିଛି। ରାଜ୍ୟରେ 3600 ଆଚାର୍ଯ୍ୟ /ଆଚାର୍ଯ୍ୟା ନିୟୋଜିତ ଥିବାବେଳେ ଏବେ 3 ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିକ୍ଷାଦାନ କରୁଛନ୍ତି।

18 ବର୍ଷରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଗୋଟିଏ ଦେଶ ଗୋଟିଏ ଶିକ୍ଷାକୁ ଗୁରୁତ୍ବ

ସର୍ବଦା ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବାକୁ ପ୍ରୟାସ କରୁଥିବା ଏହି ଅନୁଷ୍ଠାନ ଦେଶରେ ଗୋଟିଏ ଶିକ୍ଷାନୀତି ଲାଗୁ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛି। ବର୍ତ୍ତମାନ ଦେଶରେ ଚାଲିଥିବା ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କୁ ଚାକର କରିବାର ପ୍ରୟାସ କରାଯାଉଥିବା ବେଳେ ସମିତି ଉତ୍ତମ ଚରିତ୍ର ଗଠନ କରିବା ଉଚିତ୍ ବୋଲି କହିଛି । ଦେଶ ଓ ଜାତିକୁ ଭଲ ପାଉଥିବା ଉତ୍ତମ ନାଗରିକ ଗଠନରେ ବ୍ରତି ଥିବା କହିଛନ୍ତି ଏହାର ସମ୍ପାଦକ କରୁଣା କର ପ୍ରଧାନ।

ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହାସହ ସଂସ୍ଥାନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଆଗକୁ ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ଇ-ଶିକ୍ଷା ଉପରେ ଅନୁଷ୍ଠାନ ଗୁଡିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନନୀୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ଼ଃ ବଦ୍ରିନାଥ ପଟ୍ଟନାୟକ ସରକାର ଏବେ ମନ୍ଦିରମାନ ଖୋଲିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଗକୁ ବିଦ୍ୟା ମନ୍ଦିର ଖୋଲିବାକୁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.