ETV Bharat / city

ମାନବିକତାର ପରିଚୟ ଦେଇ ସାବାସୀ ସାଉଣ୍ଟିଲେ ଇନ୍ସପେକ୍ଟର - bhubaneswar latest news

ଇନ୍ସପେକ୍ଟର ଅରୁଣଙ୍କ କାର୍ଯ୍ୟଦକ୍ଷତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଂଶସା । ଗୋଷ୍ଠୀ ସଂଘର୍ଷରେ ଆହତଙ୍କୁ ଠିକ ସମୟରେ ହସ୍ପିଟାଲ ପହଞ୍ଚାଇ ଜୀବନ ରକ୍ଷା କରି ଚର୍ଚ୍ଚାରେ ନୟାପଲ୍ଲୀ ଇନ୍ସପେକ୍ଟର ଅରୁଣ କୁମାର ସ୍ବାଇଁ ।

ଫାଇଲ ଫଟୋ
author img

By

Published : Nov 7, 2019, 10:37 PM IST

ଭୁବନେଶ୍ବର: ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଇନ୍ସପେକ୍ଟର । ଚାରିଆଡେ ତାଙ୍କର କର୍ମକୁ ନେଇ ଚାଲିଛି ଚର୍ଚ୍ଚା । ଖୋଦ ମୁଖ୍ୟମନ୍ତ୍ରୀ ଏବେ ଇନ୍ସପେକ୍ଟରଙ୍କୁ ସାଧୁବାଦ୍ ଜଣାଇବା ସହ ତାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ଟ୍ବିଟ୍ କରିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@CMO odisha

ସୂଚନା ଅନୁଯାୟୀ, ଇନ୍ସପେକ୍ଟର ଅରୁଣ କୁମାର ସ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ନୟାପଲ୍ଲୀ ପାସପୋର୍ଟ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଏକ ଦୋକାନ ଭଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା ।

ଘଟଣାସ୍ଥଳରେ ଅଭୟ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ଆକ୍ରମଣ ହୋଇଥିଲା । ଆକ୍ରମଣ କରିଥିବା ଦୁଇ ଯୁବକ ଘଟଣା ଘଟାଇ ଫେରାର ହୋଇଯାଇଥିଲେ ।

ଖବର ପାଇବା ପରେ ନୟାପଲ୍ଲୀ ପୋଲିସ ସେଥିମଧ୍ୟରୁ ଜଣଙ୍କୁ ଗିରଫ କରିଥିଲେ । ଏପଟେ ଡେରି ନକରି ଅଭୟଙ୍କୁ ଠିକ ସମୟରେ ମେଡିକାଲ ପହଞ୍ଚାଇଥିଲେ ଇନ୍ସପେକ୍ଟର ଅରୁଣ । ଠିକ ସମୟରେ ମେଡିକାଲ ପହଞ୍ଚିଥିବାରୁ ତାଙ୍କର ଜୀବନ ରକ୍ଷା ହୋଇପାରିଛି । ଏପଟେ ଏନେଇ କମିଶନରେଟ ପୋଲିସ ପକ୍ଷରୁ ଅରୁଣଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମାନବିକତାର ପରିଚୟ ଦେଇ ସବାସିନେଲେ ଇନ୍ସପେକ୍ଟର।

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏବେ ଇନ୍ସପେକ୍ଟର । ଯାହା ନିଜ ଥାନା ଅଂଚଳର ତତ୍ପରତା, କାର୍ଯ୍ୟଦକ୍ଷତା ଓ ସାହସିକତା ନେଇ ଏକ ଜୀବନ ବଞ୍ଚଉଛନ୍ତି ନୟାପଲ୍ଲୀ ଥାନା ର ଇନ୍ସପେକ୍ଟର ଅରୁଣ କୁମାର ସ୍ବାଇଁ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ଏବେ ଉକ୍ତ ଇନ୍ସପେକ୍ଟରଙ୍କୁ ସାଧୁବାଦ୍ ଜଣାଇ ବା ସହ କାର୍ଯ୍ୟଦକ୍ଷତାକୁ ପ୍ରଶଂସା ଟୁଇଟ୍ କରିଛନ୍ତି।

Body:
ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରୁ ଥିବା ପାସପୋର୍ଟ ସମ୍ମୁଖରେ ଏକ ଦୋକାନ ବଂଗାକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଧିରେ ଧିରେ ଘଟଣା ଉଗ୍ର ରୂପ ନେଇଥିଲା ଯାହା ଘଟଣା ସ୍ଥଳରେ ଅଭୟ ନାୟକ ଙ୍କୁ ଆକ୍ରମଣ କରିଥିଲେ ଦୁଇ ଯୁବକ। ଭୁଜାଲି ରେ ହାନି ଲାହୁନୁହାନ୍ କରିଦେଇଥିଲେ। ଏହା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଅପରାଧୀ। ତେବେ ନୟାପଲ୍ଲୀ ପୋଲିସ ସେଥିମଧ୍ୟରୁ ଜଣଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଏପରି ସଙ୍ଗେ ସଙ୍ଗେ ଅଭୟଙ୍କ ଜୀବନ ବଞ୍ଚାଇବା ସହ ଠିକ୍ ସମୟରେ ମେଡିକାଲ କୁ ନେଇଥିବା ବେଳେ ତାଙ୍କ ଜୀବନ ବଞ୍ଚିପରିଛି। ଏନେଇ କମିଶନରେଟ୍ ରୁ ଶୁଭେଚ୍ଛାର ସୁଅ ଛୁଟିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.