ETV Bharat / city

ଭିକ୍ଷୁକମୁକ୍ତ ଭୁବନେଶ୍ବର, ସ୍ବାଭିମାନ ସହ ବଞ୍ଚିବାକୁ ବାଟ ଦେଖାଇବ ଚକୁଳିଆ ପଣ୍ଡା ଉପାଖ୍ୟାନ - stop begging and become self-sufficient

ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବା ପାଇଁ ଅଭିନବ ଉପାୟରେ ସଚେତନତା ଅଭିଯାନ ଆରମ୍ଭ । ଭିକ୍ଷା ବୃତ୍ତି ନକରିବା ପାଇଁ ବୁଲି ବୁଲି ସଚେତନତା କରାଯାଇଛି । ଅଧିକ ପଢନ୍ତୁ...

ଭିକ୍ଷାବୃତ୍ତି ଛାଡି ସ୍ବାଲମ୍ବୀ ହେବା ପାଇଁ ଅଭିନବ ସଚେତନତା

author img

By

Published : Jul 12, 2021, 5:53 PM IST

ଭୁବନେଶ୍ବର: ସ୍ମାର୍ଟସିଟିକୁ ଭିକାରୀ ମୁକ୍ତ କରିବା ପାଇଁ ଅଭିନବ ଉପାୟରେ ସଚେତନତା ଅଭିଯାନ ଆରମ୍ଭ । ଭିକ୍ଷା ବୃତ୍ତି ନକରିବା ପାଇଁ ବୁଲି ବୁଲି ସଚେତନତା କରାଯାଇଛି । ପୂର୍ବରୁ ଭିକ୍ଷା ବୃତ୍ତି କରୁଥିବା ଜଣେ ବ୍ୟକ୍ତି ଚକୁଳିଆ ପଣ୍ଡା ବେଶରେ ସହରର ବିଭିନ୍ନ ସ୍ଥାନରେ ବୁଲି ଟଙ୍କା ବଦଳରେ ସ୍ବାଭିମାନ ସହ ବଞ୍ଚିବାର ବାର୍ତ୍ତା ଦେଇଛନ୍ତି ।

ଭିକ୍ଷାବୃତ୍ତି ଛାଡି ସ୍ବାଲମ୍ବୀ ହେବା ପାଇଁ ଅଭିନବ ସଚେତନତା

ସୋମବାର ଭୁବନେଶ୍ବରକୁ ଭିକ୍ଷୁକ ମୁକ୍ତ କରିବା ପାଇଁ ବିଏମସି ଓ ଓପସ ପକ୍ଷରୁ ଏକ ନିଆରା ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଭିକ୍ଷୁକଙ୍କୁ ସ୍ବାଭିମାନ ସହ ବଞ୍ଚିବାକୁ ବାଟ ଦେଖାଇବ ଚକୁଳିଆ ପଣ୍ଡା ଉପାଖ୍ୟାନ । ରାସ୍ତା କଡରୁ ଉଦ୍ଧାର ହୋଇଥିବା ଭିକ୍ଷୁକଙ୍କ ଦ୍ଵାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି । ଚକୁଳିଆ ପଣ୍ଡା ବେଶରେ ଭିକ୍ଷୁକ ମାନେ ଖୁବ ସୁନ୍ଦର ଗୀତ ଗାଇ ସଚେତନତା ବାର୍ତ୍ତା ଦେଉଛନ୍ତି ।

ସ୍ବାଭିମାନ ହେବେ ଭିକାରୀ, ଭିକ୍ଷା ବୃତ୍ତି ନକରି ନିଜେ ସ୍ବାବଲମ୍ବୀ ହୋଇ ନିଜର ଭରଣ ପୋଷଣ କରିବେ । ବିଏମସି ଦ୍ବାରା ପରିଚାଳିତ ଆଶ୍ରୟସ୍ଥଳୀ ଓଡିଶା ପତିତ ଉଦ୍ଧାର ସମିତି ପକ୍ଷରୁ ଏହି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭିକାରୀ ମାନଙ୍କୁ ତାଲିମ ଦିଆଯାଇ କତା, ଧୂପକାଠି, ଝାଡୁ ଆଦି ଉତ୍ପାଦନ କରି ସ୍ବାବଲମ୍ବୀ ହୋଇ ବଞ୍ଚିବାର ବାଟ ଦେଖାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.