ETV Bharat / city

ଘୋଷଣାରେ ଅଟକୁଛି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ! - ରାଜ୍ୟରେ ଶିଳ୍ପାୟନକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳନେତା

ରାଜ୍ୟ ସରକାରଙ୍କ ଫୋକ୍ସରେ ରହିଛି ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ । Make In Odisha ଓ ବିଭିନ୍ନ ରାଜ୍ୟରେ ରୋଡ଼ ଶୋ' ଜରିଆରେ ପୁଞ୍ଜିନିବେଶ ଲାଗି ଆହ୍ୱାନ କରୁଛି ଓଡ଼ିଶା । ଓଡ଼ିଶାକୁ ପୁଞ୍ଜି ନିବେଶର ଡେଷ୍ଟିନେସନ କରିବା ପାଇଁ ଶିଳ୍ପପତିମାନଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରୁଛନ୍ତି । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 11, 2022, 8:30 PM IST

ଭୁବନେଶ୍ବର: ରାଜ୍ୟରେ ପୁଞ୍ଜିନିବେଶ ହେବ । ପ୍ରତିଷ୍ଠା ହେବ ଶିଳ୍ପ । ବଢିବ ନିଯୁକ୍ତି । ଏଭଳି ବିଭିନ୍ନ ସମୟରେ ରଙ୍ଗୀନ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର । ସରକାର ଦେଖାଉଥିବା ସୁନେଲି ସ୍ବପ୍ନର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । କେଉଁଠି ଭିତ୍ତିଭୂମିର ଅଭାବ ଓ କଞ୍ଚାମାଲ ଯୋଗାଇବାରେ ସରକାରଙ୍କ ବିଫଳତା ଯୋଗୁଁ ଶିଳ୍ପ ବନ୍ଦ ହେଉଛି । ତ ଆଉ କେଉଁଠି ଏମଓୟୁରେ ସୀମିତ ରହୁଛି ଶିଳ୍ପ ପ୍ରତିଷ୍ଠା ।

ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ । Make In Odisha ଓ ବିଭିନ୍ନ ରାଜ୍ୟରେ ରୋଡ଼ ଶୋ' ଜରିଆରେ ପୁଞ୍ଜିନିବେଶ ଲାଗି ଆହ୍ୱାନ କରୁଛି ଓଡ଼ିଶା । ଓଡ଼ିଶାକୁ ପୁଞ୍ଜି ନିବେଶର ଡେଷ୍ଟିନେସନ କରିବା ପାଇଁ ଶିଳ୍ପପତିମାନଙ୍କୁ ବୁଝାଇବା ସହ ସରକାର ଶିଳ୍ପପତିଙ୍କୁ କେଉଁ ସୁବିଧା ଯୋଗାଇବେ ତାହା ଅବଗତ କରୁଛନ୍ତି । ସରକାର ଜମି, ପାଣି, ବିଦ୍ୟୁତ ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ପ୍ରକୃତିକ ସମ୍ପଦ, ଖଣି, ବେଳାଭୂମି, ଜଙ୍ଗଲ ଓ କୃଷି ଭିତ୍ତିଭୂମି ଯୋଗଇବାକୁ ପୁଞ୍ଜିପତିଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ରାଜ୍ୟ ସରକାର । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକ ଓ ସିଙ୍ଗିଲ ଓ୍ବିଣ୍ଡୋ ଜରିଆରେ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଉଛି । ଗତକାଲି ୧୦ ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ସରକାର । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ବିନିଯୋଗ ହେବ ପ୍ରାୟ ୭୪୬୨୦ କୋଟି ଟଙ୍କା ଓ ନିଯୁକ୍ତି ପାଇବେ ପ୍ରାୟ ୨୪ ହଜାର ।

ସେହିପରି ପୂର୍ବରୁ ମଧ୍ୟ ଅନେକ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଜିଲ୍ଲା ସ୍ତରରେ ଦୀପା ଜରିଆରେ ଶିଳ୍ପ ଲାଗି ଜମି ଯୋଗାଣ ହେଉଛି । ଶିଳ୍ପ ଲାଗି ଇଡକୋ ଜରିଆରେ ଜମି ସଂଗ୍ରହ କରୁଛନ୍ତି ସରକାର । ବିଭିନ୍ନ ଜିଲ୍ଲାରେ ଶିଳ୍ପ ଲାଗି ଲ୍ୟାଣ୍ଡ ବ୍ୟାଙ୍କ କରାଯାଇଛି । ଶିଳ୍ପ ଭିତ୍ତିଭୂମି ମଧ୍ୟ ପ୍ରତିଷ୍ଠା କରାଯାଉଛି । ବ୍ୟାପକ ପ୍ରସ୍ତୁତି ସ୍ୱତେ ବିଭିନ୍ନ ସମସ୍ୟା ଯୋଗୁଁ ଶିଳ୍ପ କ୍ଷେତ୍ରରେ ବିଶେଷ ସଫଳତା ପାଉନଥିବା ଅଭିଯୋଗ ହୋଇଛି । ଏନେଇ ବିଧାନସଭା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜୟ କହିଛନ୍ତି ଯେ, ଗତ 3 ବର୍ଷ ମଧ୍ୟରେ କେତେ ଇନଭେଷ୍ଟମେଣ୍ଟ ହୋଇଛି ସରକାର କୁହନ୍ତୁ । କେତେ ଶିଳ୍ପ ପଳାୟନ କରିଛନ୍ତି ସେ ତଥ୍ୟ ମଧ୍ୟ ସରକାର ଦିଅନ୍ତୁ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ ଓ ରୋମରେ ପୁଞ୍ଜିନିବେଶ କାର୍ଯ୍ୟକ୍ରମ କରିଥିଲେ । କ’ଣ କ’ଣ ଇନଭେଷ୍ଟମେଣ୍ଟ ଆଣିଲେ ତାହା ଓଡ଼ିଶାବାସୀଙ୍କୁ ଜଣାନ୍ତୁ ବୋଲି ଦାବି କରିଛନ୍ତି । ଶିଳ୍ପ କ୍ଷେତ୍ରକୁ ନେଇ ସରକାର ଶ୍ଵେତ ପତ୍ର ଜାରି କରନ୍ତୁ ବୋଲି ସେ କହିଛନ୍ତି ।

ସେପଟେ ଜବାବ ରଖିଛନ୍ତି ବିଜେଡି ବିଧାୟକ ତଥା ଦଳର ଉପସଭାପତି ଦେବୀ ମିଶ୍ର । ସେ କହିଛନ୍ତି ଯେ, Make In Odisha ସଫଳ ହୋଇଛି । ଫିକି ମଧ୍ୟ ଏହା ସ୍ୱୀକାର କରିଛି । ଇନଭେଷ୍ଟମେଣ୍ଟ ଆଣିବାରେ ଓଡ଼ିଶା ଆଗୁଆ ରହିଛି । ଦେଶର 3 ଟି ରାଜ୍ୟ ମଧ୍ୟରେ ରହିଛି । ଏମଓୟୁ ହୋଇଥିବା ଶିଳ୍ପ ଭିତରୁ ଗାଉଅଣ୍ଡିଙ୍ଗ ହୋଇଛି 53 ପ୍ରତିଶତ । ଅନ୍ୟ ଶିଳ୍ପ ଗୁଡିକ ପ୍ରୋସେସରେ ରହିଛି । କୋଭିଡ଼ ଲାଗି ବିଳମ୍ବିତ ହୋଇଛି । ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି । ଜମି ଓ ପ୍ରକ୍ରିୟା ଗତ ସମସ୍ୟା ରହିଛି । ଏହା ସହ ବୈଦେଶିକ ମାର୍କେଟର ପ୍ରଭାବ ମଧ୍ୟ ରହୁଛି । ମିତ୍ତଲ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ଏମଓୟୁ କରିଥିଲେ । କିନ୍ତୁ କିଛି ସମସ୍ୟା ଯୋଗୁଁ ସଂସ୍ଥା ବିରତ ରହିଥିଲା । ପୁନର୍ବାର ଏବେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ କେ. ରବି କହିଛନ୍ତି ଯେ, ଅତୀତରେ ଦେଖିଲେ କିଛି ବଡ଼ ଇନଭେଷ୍ଟମେଣ୍ଟ ଓଡ଼ିଶାକୁ ଆସିଛି । ନିଯୁକ୍ତି ବି ମିଳିଛି । କଳିଙ୍ଗନଗର, ତାଳଚେର, ଅନୁଗୁଳ ପାରାଦୀପରେ ଶିଳ୍ପ ପ୍ରତିଷ୍ଠା ହୋଇଛି । ଚୁକ୍ତି ହୋଇଥିବା ଅନେକ ଶିଳ୍ପ ବିଲକୁଲ ହୋଇନାହିଁ । ରାଜ୍ୟ ରାଜସ୍ବ ହରେଇବା ସହ ନିଯୁକ୍ତି ମିଳିନି । 29 ଟି ଆଇପିଓ ସହିତ ରାଜ୍ୟ ସରକାର ଏମଓୟୁ କରିଥିଲେ । ଷ୍ଟିଲ ପ୍ଲାଣ୍ଟ ପାଇଁ ବି ଚୁକ୍ତି ହୋଇଥିଲା, କିନ୍ତୁ ହୋଇପାରିନାହିଁ । ଜମି ସରକାର ଦେଉଛନ୍ତି, ଶିଳ୍ପ ନିର୍ମାଣ ହେଉଛି । କିନ୍ତୁ କୋଇଲା, ଆଇରନ ଓ ପାଣି ସମସ୍ୟା ରହୁଛି । କଞ୍ଚାମାଲ ଓ ପାଣି ସମସ୍ୟା ବିଶେଷ କରି ନଜର ଆସୁଛି । ଏମଓୟୁ ହେଉଛି, କିନ୍ତୁ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ମୁଖ୍ୟମନ୍ତ୍ରୀ ଦୁବାଇ ଯାଇଥିଲେ । 21 ହଜାର କୋଟି ପୁଞ୍ଜିନିବେଶ କଥା କହିଥିଲେ । ଏହି ପୁଞ୍ଜି ଆସିବ ନା ନାହିଁ ଜଣାନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.