ETV Bharat / city

କର୍ମ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ, ଶିଳ୍ପାୟନ ବିକାଶ ଲାଗି ୫ ହଜାର ଏକର ଜମି ଚିହ୍ନଟ

ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ ହୋଇଛି । ଶିଳ୍ପାୟନର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Apr 13, 2022, 7:36 AM IST

କର୍ମ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ, ଶିଳ୍ପାୟନ ବିକାଶ ଲାଗି ୫ ହଜାର ଏକର ଜମି ଚିହ୍ନଟ
କର୍ମ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ, ଶିଳ୍ପାୟନ ବିକାଶ ଲାଗି ୫ ହଜାର ଏକର ଜମି ଚିହ୍ନଟ

ଭୁବନେଶ୍ବର: ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ ହୋଇଛି । ଶିଳ୍ପାୟନର ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରୁ ସୂଚନା ମିଳିଛି । ମଙ୍ଗଳବାର ଖାରବେଳ ଭବନରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ସେହିପରି ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ଉପରେ ଓଡ଼ିଶା ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏ ଦିଗରେ ଶିଳ୍ପାୟନ ହିଁ ସର୍ବଶ୍ରେଷ୍ଠ ମାର୍ଗ । ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଭିତ୍ତିଭୂମିକୁ ସୁଦୃଢ଼ କରାଗଲେ ପୁଞ୍ଜି ନିବେଶକମାନେ ଓଡ଼ିଶାକୁ ଆକର୍ଷିତ ହେବେ । ଜମି ଅଧିଗ୍ରହଣ ଲାଗି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇ ଯୋଜନା ପ୍ରସ୍ତୁତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଛି ।

ସେହିଭଳି ଶିଳ୍ପ ବିଭାଗ, ଇଡକୋ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରିବା ସହ ଏ କ୍ଷେତ୍ରରେ ଥିବା ସମସ୍ୟା ଗୁଡ଼ିକର ସମାଧାନ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷେତ୍ର ଅଧିକାରୀମାନଙ୍କର ଶିଳ୍ପାୟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଶିଳ୍ପ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ଏସବୁ କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଅଂଶୀଦାରମାନଙ୍କ ସହଯୋଗରେ ପ୍ରତି ୧୫ ଦିନରେ ବୈଠକ ଅନୁଷ୍ଠିତ ହେବ ।

ଅନ୍ୟପଟେ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, କଟକ ଓ ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.