ETV Bharat / city

ଦେଶରେ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

author img

By

Published : Jun 2, 2020, 4:12 PM IST

ପୁଣି ରାଜ୍ୟରେ ନବୀନ ନମ୍ବର ୱାନ । ସମଗ୍ର ଦେଶରେ ଲୋକପ୍ରିୟତାର ସର୍ବାଗ୍ରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଏଏନଏସ-ସି ଭୋଟର ସର୍ଭେ ରିପୋର୍ଟ ମୁତାବକ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ନବୀନ ପ୍ରଥମରେ ରହିଛନ୍ତି । ଅଧିକ ପଢନ୍ତୁ..

naveen-patanaik
naveen-patanaik

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ବିପୁଳ ଜନ ସମର୍ଥନ ସହିତ ଅକୁଣ୍ଠ ଭଲ ପାଇବା ଅତୁଟ ରହିଥିବା ପୁଣି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି । ଆଇଏଏନଏସ-ସି ଭୋଟର ସର୍ଭେରୁ ଜଣାପଡ଼ିଛି ଏହି ରିପୋର୍ଟ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଧାରାରେ ସାରା ଦେଶରେ ଓଡ଼ିଶାବାସୀ ସର୍ବାଧିକ ସନ୍ତୁଷ୍ଟ ରହିଥିବା ମଧ୍ୟ ଆଇଏଏନଏସ-ସି ପ୍ରକାଶ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାମକୁ ନେଇ ୮୨.୯୬ ପ୍ରତିଶତ ଲୋକ ସନ୍ତୁଷ୍ଟ ରହିଥିବା ସର୍ଭେରୁ ଜଣାପଡିଛି । ସେହିପରି ନବୀନଙ୍କ ପଛକୁ ଦିତ୍ବୀୟ ଏବଂ ତୃତୀୟରେ ରହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ । ସେହିପରି ତାଲିକାର ତଳେ ଅଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡର ଟି.ଏସ୍ ରାୱତ ଏବଂ ପଞ୍ଜାବର ଅମରିନ୍ଦର ସିଂ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.