ଭୁବନେଶ୍ବର : ଦେଶର ପ୍ରଥମ ୱିମେନ୍ସ ବିଜନେସ ମେଳା ଉଦଯାପିତ ହୋଇଛି । ମେ ୪ରୁ ଆରମ୍ଭ ହୋଇଥିବା ଏହି ପ୍ରଥମ ମହିଳା ମେଳା ରବିବାର ଶେଷ ହୋଇଛି । ଶେଷ ସଂନ୍ଧ୍ୟାରେ ଆଇଡବ୍ଲୁଇସି (International Women's Entrepreneurial Challenge)ଦ୍ବାରା ପୁରୁଣା ଓଡିଆ ଚଳଚ୍ଚିତ୍ରର ସ୍କୃତି ସାଉଁଟିଲେ ଦର୍ଶକ । କାରଣ ଏହି ମେଳାର ଶେଷ ସଂନ୍ଧ୍ଯାରେ ଓଡ଼ିଆ ଚଳଚିତ୍ରର ପୁରୁଣା ସ୍ମୁତିର ଝଲକ ସହ ନୂଆ ଓ ପୁରୁଣା ଗୀତ ଓ ନୃତ୍ୟର ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।
ପୁରୁଣା ସ୍ମୃତିକୁ ଉଜ୍ଜିବିତ କରି ନୂଆ କିଛି ସାଉଁଟିବା ଲକ୍ଷ୍ୟ ନେଇ ୯୦ ଦଶକରୁ ଆରମ୍ଭ କରି ବର୍ତ୍ତମାର ଅନେକ ଟ୍ରେଂଡିଙ୍ଗ ଗୀତ ଜଣାଶୁଣା କଣ୍ଠଶିଳ୍ପୀ ଗାଇଥିଲେ। ଗୀତର ଧୂନରେ ନାଚିଥିଲେ ଜଣାଶୁଣା ଅଭିନେତ୍ରୀ ଓ ଅଭିନେତା । ତେବେ ଏହି ଶେଷ ରଜନୀକୁ ଆହୁରି ରଙ୍ଗୀନ କରିଥିଲା ଖୋକା ଭାଇଙ୍କ ଗୀତ। ନାଚ ଓ ଗୀତର ଏ ଯୁଗଳବନ୍ଦୀ ଏତେ ରୋମାଞ୍ଚକର ଥିଲା ଯେ ଉପସ୍ଥିତ ଦର୍ଶକ ତାଳରେ ଝୁମିଥିଲେ ।
ଖାଲି ସେତିକି ନୁହେଁ ଦର୍ଶକଙ୍କ ସହ ଏହି ନୃତ୍ୟ ଓ ଗୀତର ଏହି ଯୁଗଳବନ୍ଦୀ କାର୍ଯ୍ୟକ୍ରମକୁ ଦେଖି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବେଶ ମତୁଆଲା ହୋଇଥିଲେ । ଆଉ କିମ୍ବଦନ୍ତୀ କଳାକାରଙ୍କ ଗୀତ ସହ ନିଜ ପ୍ରସ୍ତୁତ ସିନେମାର ଗୀତ ଓ ନୃତ୍ୟର ତାଳେ ତାଳେ ସେ ଝୁମିଥିଲେ । ଅନ୍ୟପଟେ ପଟେ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସିନେମାର ବେଶ ଜଣାଶୁଣା ସିଦ୍ଧାର୍ଥ ମହାପାତ୍ର ,ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସ ,ଭୂମିକା ଦାଶ ଓ ପ୍ରକୃତି ମିଶ୍ର ଭଳି ଅନେକ ଜଣାଶୁଣା କଳାକାର ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ