ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଭାସମାନ ସୋଲାର ଶକ୍ତି ପ୍ଳାଣ୍ଟ ସ୍ଥାପନ ହେବ । ଏନ୍ଏଚ୍ପିସି(NHPC) ସହାୟତାରେ ରାଜ୍ୟରେ ଖୁବଶୀଘ୍ର ୫୦୦ ମେଗାୱାଟ ସୌର ଶକ୍ତି ଉତ୍ପାଦନ କରାଯିବ । ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଲି ଜଳ ବିଦ୍ୟୁତ ଯୋଜନାର ଜଳ ଭଣ୍ଡାରରେ ୩୦୦ ମେଗାଓ୍ବାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ । ଏଥିପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହା ଦେଶର ସର୍ବବୃହତ୍ତ ଏକକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ହେବ ।
![ରେଙ୍ଗାଲି ଡ୍ୟାମରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଭାସମାନ ସୋଲାର ପ୍ଲାଣ୍ଟ](https://etvbharatimages.akamaized.net/etvbharat/prod-images/od-bbsr-01-solar-project-7209787_05012022235610_0501f_1641407170_811.jpg)
![ରେଙ୍ଗାଲି ଡ୍ୟାମରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଭାସମାନ ସୋଲାର ପ୍ଲାଣ୍ଟ](https://etvbharatimages.akamaized.net/etvbharat/prod-images/od-bbsr-01-solar-project-7209787_05012022235610_0501f_1641407170_878.jpg)
ଏହାପରେ ହୀରାକୁଦ, ଇନ୍ଦ୍ରାବତୀ ସମେତ ବିଭିନ୍ନ ଜଳ ଭଣ୍ଡାରରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ । ଏନେଇ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ(GEDCOL)ଓ ଜାତୀୟ ଜଳ ବିଦ୍ୟୁତ ନିଗମ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି । ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର(Minister of State for Energy, Dibya Shankar Mishra)ଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତଥା ଜେଡ଼କୋଲ ସିଏମଡି(GEDCOL CMD) ବିଷ୍ଣୁପଦ ସେଠୀ ଓ ଜାତୀୟ ଜାତୀୟ ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ସିଂ ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି ।
![ରେଙ୍ଗାଲି ଡ୍ୟାମରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଭାସମାନ ସୋଲାର ପ୍ଲାଣ୍ଟ](https://etvbharatimages.akamaized.net/etvbharat/prod-images/od-bbsr-01-solar-project-7209787_05012022235610_0501f_1641407170_38.jpg)
ଜାତୀୟ ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ସିଂ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଅର୍ଥର କୌଣସି ସମସ୍ୟା ରହିବ ନାହିଁ । ଏହା 74:26 ଅନୁପାତ ଆର୍ଥିକ ସହଯୋଗରେ ନିର୍ମାଣ ହେବ । ଏଠାରୁ ବାର୍ଷିକ 600 ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ ହେବ ବୋଲି ଆକଳନ କରାଯାଉଛି । ଏଭଳି ପ୍ରକଳ୍ପ ରାଜ୍ୟରେ ପ୍ରଥମ କରି ହେବାକୁ ଥିବାବେଳେ ଏହା ବାହାର ପୁଞ୍ଜିନିବେଶକୁ ଆକର୍ଷିତ କରିବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି । ଓଡ଼ିଶାରେ ସୌରଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ତେଣୁ ଆଗାମୀ ଦିନରେ ଏହିଭଳି ପ୍ରକଳ୍ପ ବିଭିନ୍ନ ଜଳଭଣ୍ଡାରର ହେବ । ଓଡ଼ିଶାକୁ ଏକ ସବୁଜ ଶକ୍ତି ହବ୍ରେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବା ଦରକାର ଏହି କାର୍ଯ୍ୟକ୍ରମରେ ଏନ୍ଏଚ୍ପିସିର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବଜିତ ବସୁ, ସାଧାରଣ ପରିଚାଳକ ହିମାଂଶୁ ଶାହା, ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର, ଜେଡ଼କୋଲ ସିଇଓ ଏଚ୍.ପି ମହାପାତ୍ର, ନିର୍ଦ୍ଦେଶକ (ଅର୍ଥ) ପ୍ରଭାକର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ