ଭୁବନେଶ୍ବର: ଭାରତରେ 80ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଓଡିଶାରେ 8ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି। ଦୀର୍ଘ ଦିନ ପରେ ପୁଣି ଥରେ ଆରମ୍ଭ ହୋଇଛି ରେଳ ସେବା ।
ଓଡିଶା ଦେଇ ଯାଉଥିବା ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା।
1. ଖୋର୍ଦ୍ଧା ରୋଡ଼ ରୁ ଅହମାଦବାଦ ଭାୟା ବିଜୟନଗରମ ଦେଇ ଚଳାଚଳ କରିବ । ଏହି ଟ୍ରେନଟି ଆଜି ଚଳାଚଳ କରିବ । ଏହି ସ୍ୱତନ୍ତ୍ର ଟ୍ରେନଟି ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟ ନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ଦୁର୍ଗ, ଆଦି ଷ୍ଟେସନରେ ରହଣି କରିବ। ଏହି ଟ୍ରେନ ଟି ଅହମାଦବାଦ ରୁ ଖୋର୍ଦ୍ଧା ରୋଡ଼ ଆସିବାକୁ ହେଲେ 14 ତାରିଖରେ ଅହମାଦବାଦରୁ ବାହାରିବ। ଏହି ସ୍ୱତନ୍ତ୍ର ଟ୍ରେନଟି ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ।
2 . ଖୋର୍ଦ୍ଧା ରୋଡ଼ ରୁ ଓକା ଭାୟା ବିଶାଖାପାଟଣା। ଏହି ଟ୍ରେନଟି 13 ତାରିଖ ରେ ବାହାରି 16 ତାରିଖରେ ପହଞ୍ଚିବ । ଏହି ଟ୍ରେନ ଟି ଖୋର୍ଦ୍ଧା ରୋଡ଼ ରୁ ରବିବାର ଦିନ ଛାଡିବା ସହ ଓକା ରୁ ଏହି ଟ୍ରେନ ଟି 16 ତାରିଖ ଛାଡିବ ।
3. ଗାନ୍ଧିଧାମ ରୁ ଖୋର୍ଦ୍ଧା ରୋଡ଼ ସ୍ୱତନ୍ତ୍ର ଟ୍ରେନ। ଏହି ଟ୍ରେନ ଟି ବୁଧବାର ଦିନ ଗାନ୍ଧିଧାମ ରୁ ଛାଡି ଶନିବାର ଦିନ ଖୋର୍ଦ୍ଧା ରୋଡ଼ ରେ ପହଁଞ୍ଚିବ। ଏହି ଟ୍ରେନ ଟି ଆସନ୍ତା 16 ତାରିଖରେ ଚଳାଚଳ କରିବ ।
4. ଭୁବନେଶ୍ୱର ରୁ ଦୁର୍ଗ ସ୍ବତନ୍ତ୍ର ଟ୍ରେନ। ଏହି ଟ୍ରେନ ଟି ପ୍ରାୟେକ ଦିନ ଚଳାଚଳ କରିବ। ଏହି ଟ୍ରେନର ରହଣି କଟକ ଢେଙ୍କାନଲ ତାଳଚେର, ଅନୁଗୁଳ ସମ୍ବଲପୁର ବରଗଡ ବଲାଂଗିରି ଟିଟିଲାଗଡ଼ କଣ୍ଟାବାଞ୍ଝି, ଖରିଆର ରୋଡ଼ ଆଦି ଷ୍ଟେସନରେ ରହିବ।
5. ବିଶାଖାପାଟଣା ରୁ କୋର୍ବା ସ୍ୱତନ୍ତ୍ର ଟ୍ରେନ। ଏହି ଟ୍ରେନ ଟି ପ୍ରତ୍ୟେକ ଦିନ ଚଳାଚଳ କରିବ। ଏହି ଟ୍ରେନ ଟି ଆଜି ଠାରୁ ଚଳାଚଳ ଆରମ୍ଭ କରିବ। ଓଡିଶା ଦେଇ ରାୟଗଡା କେସିଙ୍ଗା ଟିଟିଲାଗଡ଼ କଣ୍ଟାବାଞ୍ଝି, ଖରୀଆର ରୋଡ଼ଆଦି ଷ୍ଟେସନ ଦେଇ ଚଳାଚଳ କରିବ।
6. ଭୁବନେଶ୍ୱର ରୁ ଅହମଦାବାଦ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ ଟି ସପ୍ତାହ ରେ ବୁଧବାର ଓ ଶୁକ୍ରବାର ଦୁଇ ଦିନ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ ଟି ଢେଙ୍କାନଲ, ତାଳଚେର ଅନୁଗୁଳ ସମ୍ବଲପୁର ବରଗଡ ବଲାଂଗିରି ଟିଟିଲାଗଡ଼ କଣ୍ଟାବାଞ୍ଝି ରୋଡ଼ ଆଦି ଷ୍ଟେସନରେ ରହଣି କରିବ।
7. ଗୌହାଟି ରୁ ବାଙ୍ଗାଲୋର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଓଡିଶା ଦେଇ ଚଳାଚଳ କରିବ। ଏହି ଟ୍ରେନ ଟି ରବୁବାର ସୋମବାର ଓ ମଙ୍ଗଳବାର ଦିନ ଚଳାଚଳ କରିବ। ଓଡିଶା ଦେଇ ରହଣି ଥିବା ଷ୍ଟେସନ ଗୁଡିକ ହେଲା ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦୁଝର କଟକ ଭୁବନେଶ୍ୱର ଖୋର୍ଦ୍ଧା ଆଦି ଷ୍ଟେସନରେ ରହିବ ସ୍ୱତନ୍ତ୍ର ଟ୍ରେନ।
8 . ତିରୁଛାଛିରାପାଲି ରୁ ହାୱାର୍ଡ଼ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ। ଯାହା ଗୁରୁବାର ଓ ଶୁକ୍ରବାର ଦିନ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନ ଟି ଓଡିଶା ମଧ୍ୟରେ ରହଣି ଥିବା ଷ୍ଟେସନ ଗୁଡିକ ହେଲା ଖୋର୍ଦ୍ଧା ରୋଡ଼ ଭୁବନେଶ୍ୱରର କଟକ ଭଦ୍ରକ ଏବଂ ମୁଖ୍ୟ ଷ୍ଟେସନ ଗୁଡିକରେ ରହଣି କରିବା ଏହି ସ୍ୱତନ୍ତ୍ର ଟ୍ରେନ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ