ETV Bharat / city

ଓଡ଼ିଶାରେ ଚାଇନିଜ ଲୋନ ଆପ ଠକେଇ ଗ୍ୟାଙ୍ଗ୍, ଧରାପଡିଲା ଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ - ଲୋନ ଆପ ଠକେଇ

ବେଆଇନ ଲୋନ ଆପ ଜରିଆରେ ଗରିବ ଓ ନିରିହ ଲୋକଙ୍କୁ ଇନଷ୍ଟାଣ୍ଟ ଲୋନ ଦେଇ ତିନିଗୁଣା କରାଯାଉଥିଲା ଆଦାୟ । ଠକେଇ ପଛରେ କାର୍ଯ୍ୟ କରୁଛି ଚାଇନିଜ ଠକେଇ ଗ୍ୟାଙ୍ଗ । ଠକାମୀରେ ସମ୍ପୃକ୍ତ ଭାରତୀୟ ଚାଟାର୍ଡ ଆକାଉଣ୍ଟ ଗିରଫ । ଅଧିକ ପଢ଼ନ୍ତୁ

ଓଡ଼ିଶାରେ ଚାଇନିଜ ଲୋନ ଆପ ଠକେଇ ଘଟଣା, ଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

author img

By

Published : Aug 2, 2022, 9:30 PM IST

ଭୁବନେଶ୍ବର: ଚାଇନିଜ ଟଙ୍କାକୁ ଓଡ଼ିଶା ବଜାରରେ ନିବେଶ କରି ଲୋନ ଆପ ଜରିଆରେ ଲୋକଙ୍କୁ ଠକୁଥିବା ଭାରତୀୟ ଚାଟାର୍ଡ ଆକାଉଣ୍ଟ ଗିରଫ । ଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ ନିରବ ଗୁପ୍ତାକୁ ଗିରଫ କରିବା ସହ ଓଡ଼ିଶା ଆଣି ପଚରାଉଚରା କରୁଛି ଏସଟିଏଫ ଟିମ । ଅଭିଯୁକ୍ତ ଠାରୁ ଗୋଟିଏ ଲ୍ୟାପଟପ, ଦୁଇଟି ମୋବାଇଲ, ୫ଟି ଡିଜିଟାଲ ଏଗ୍ରିମେଣ୍ଟ ସହ ୧୧ଟି କମ୍ପାନୀର‌ ସିଲ ଓ ୪ଟି ବ୍ୟାଙ୍କ ଚେକବୁକ ଜବତ ହୋଇଛି ।

ଓଡ଼ିଶାରେ ଚାଇନିଜ ଲୋନ ଆପ ଠକେଇ ଘଟଣା, ଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ସୂଚନା ଅନୁସାରେ ଚାଇନିଜ ଟଙ୍କାକୁ ଆଣି ଭାରତୀୟ ବଜାରରେ ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଇନଭେଷ୍ଟ କରୁଥିଲେ‌ ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ । ବେଆଇନ ଲୋନ ଆପ ଜରିଆରେ ଲୋକଙ୍କୁ ୩ରୁ ୧୦ହଜାର‌ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଲୋନ ଦେଇ ୩ଗୁଣା ଅଧିକା ଟଙ୍କା ଅସୁଲ କରାଯାଉଥିଲା । ସେହି ଟଙ୍କାର ମୁନାଫାରେ ଲାଭବାନ ହେବା ସହ ଠକେଇ ଟଙ୍କାକୁ ନେଉଥିଲା ଚାଇନିଜ ଠକ । ଗରିବ ଓ ନିରିହ ଲୋକଙ୍କୁ ଏପରି ଲୋନର ଲୋଭ ଦେଇ ଠକେଇ କରିବା ପଛରେ ଇଣ୍ଟରନାସନାଲ ଗ୍ୟାଙ୍ଗ କାର୍ଯ୍ୟ କରୁଛି ।

ଓଡ଼ିଶାରେ ଚାଇନିଜ ଲୋନ ଆପ ଠକେଇ ଗ୍ୟାଙ୍ଗ୍, ଧରାପଡିଲା ଦିଲ୍ଲୀର ଚାଟାର୍ଡ ଆକାଉଣ୍ଟାଣ୍ଟ

ପୂର୍ବରୁ କିଛି ଚାଇନିଜ ଠକଙ୍କ ଲିଙ୍କ ସାମ୍ନାକୁ ଆସିବା ପରେ ଲୁକ ଆଉଟ ଜାରି କରିଥିଲା ବିଓଆଇ । ପରେ ଏହି ଲିଙ୍କରେ ଭାରତୀୟ ଠକଙ୍କୁ ଗିରଫ କରିଛି ଏସଟିଏଫ ଟିମ । ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ନିତିନ ମଲ୍ଲିକ ନାମକ ଠକ ପାଖରୁ ମିଳିଥିଲା ଏହି ବେଆଇନ ଲୋନ ଆପ ପଛରେ ଥିବା ଚାଇନିଜ ଲିଙ୍କ । ତେବେ ଇଓଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀଙ୍କ ସୁଚନା ମୁତାବକ ପୁର୍ବରୁ କୋକୋ ଜୋଜୋ ଆପ ଭଳି ଅନେକ ବେଆଇନ ଆପ ଠକେଇରେ ଜଣେ ଚାଇନିଜ ଲିଙ୍କ ଲିୟୁ ୟି ସାମ୍ନାକୁ ଆସିଥିଲେ । ଏହାପରେ ଏବେ ଏହି ନିରବ ଗୁପ୍ତା ମାମଲାରେ, ନିତିନି ମଲିକ ଲିଙ୍କରେ ଥିବା ଜାଣିବା ସହ ଆଉ ତିନି ଜଣ ଚାଇନିଜ ମଧ୍ୟ ସ୍କାନରକୁ ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.