ETV Bharat / city

ବିଜେପି-କଂଗ୍ରେସ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ - congress bhawan

୭୩ ତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟ କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 15, 2019, 12:58 PM IST

ଭୁବନେଶ୍ବର: ଆଜି ସାରାଦେଶରେ ପାଳିତ ହୋଇଛି ୭୩ ତମ ସ୍ଵାଧୀନତା ଦିବସ। ଏଥିପାଇଁ ପ୍ରଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିବାବାବେଳେ ଅନ୍ୟପଟେ ରାଜ୍ୟ କଂଗ୍ରେସ ଓ ବିଜେପି କାର୍ଯ୍ୟାଳୟରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ। କଂଗ୍ରେର ସବୁ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ପତକା ଉତ୍ତୋଳନ କରିଥିଲେ । ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଆମେ ସମର୍ଥନ କରୁଥିବା ସୁର କହିଛନ୍ତି ।

ଅନ୍ୟପଟେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ସ୍ଵାଧୀନତା ଦିବସ ପାଳିତ ହୋଇଛି । ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଜାମ୍ମୁ କାଶ୍ମୀର ଠାରେ ଲାଲ ଚୌକରେ ଆଜି ଭାରତ ମାତାର ତ୍ରିରଙ୍ଗା ଉଡୁଛି ଯାହା ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ରାଜ୍ୟ ସରକାରଙ୍କ ସହ ମିଶି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରିବେ ବୋଲି ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:କଂଗ୍ରେସ ଭବନରେ ୭୩ ତମ ସ୍ଵାଧୀନତା ଦିବସ।ଭୁବନେଶ୍ୱର କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ।

Body:ଆଜି ୭୩ ତମ ସ୍ଵାଧିନତା ଦିବସ ।ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ କଂଗ୍ରେସର ବରିଷ୍ଠ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ।କଂଗ୍ରେସ ସେବା ଦଳ ଓ ସମସ୍ତ ଛାମୁଆ ସଂଗଠନର କର୍ମୀ ଉପସ୍ଥିତ।ଦେଶକୁ ସ୍ୱାଧୀନତା ଦେଇଥିବା ମହାନ ଆତ୍ମାକୁ ପ୍ରଣାମ ଜଣାଇଲେ ।

ଜାମୁ କାଶ୍ମୀରରୁ ୩୭୦ ଧାରା ଉଛେଦ କୁ ଆମେ ସମର୍ଥନ କରୁଛୁ ।ଦେଶରେ ଆମର ଗୋଟିଏ ତ୍ରିରଙ୍ଗା ପତାକା,ଗୋଟିଏ ଶାସନ ହେବା ଦରକାର।।ଏହା ବ୍ୟବତୀତ କାହାରିକୁ ବରଦାସ୍ତ କରାଯିବ ନାହିଁ।ସ୍ୱାଧୀନତା ସମୟରେ ଦେଶର ଆର୍ଥିକ ସ୍ଥିତି ଖରାପ ଥିଲା,ଇଂରେଜ ସମସ୍ତ ଧନ ସମ୍ପତ୍ତି ଲୁଟ କରିନେଇଥିଲେ।ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହରୁ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆଣିଥିଲେ।ଓଡ଼ିଶାରେ ଶିଳ୍ପର ବିକାଶ ସେବେଠାରୁ ଆରମ୍ଭ ହୋଇଥିଲା।ରାଉରକେଲା ଇସ୍ପାତ ପ୍ଲାଣ୍ଟ,ପାରାଦୀପ ବନ୍ଦର ଭଳି ଅନେକ ଉନ୍ନୟନ ପ୍ରକଳ୍ପ ରାଜ୍ୟରେ ଆରମ୍ଭ ହୋଇଥିଲା ବୋଲି ସୁରେଶ ରାଉତରାୟ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.