ETV Bharat / city

ମେ ମାସରେ ସାଙ୍ଘାତିକ କୋରୋନା ସଂକ୍ରମଣ, 20 ଦିନରେ 350 ପାର ମୃତ୍ୟୁସଂଖ୍ୟା - ମେ ମାସରେ ସାଙ୍ଘାତିକ କୋରୋନା ସଂକ୍ରମଣ

ରାଜ୍ୟରେ କୋରୋନା ସଂକ୍ରମଣ ଦୈନିକ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ମେ ମାସରେ ସର୍ବାଧିକ ରେକର୍ଡ କରିଛି ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ । ତେବେ ଏହି ମାସ ସାଙ୍ଘାତିକ ହେଉଛି ମୃତ୍ୟୁ ସଂଖ୍ୟା। ତେବେ 20 ଦିନ ମଧ୍ୟରେ 359 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

increasing corona-positive-case-in-bbsr
ମେ ମାସରେ ସାଙ୍ଘାତିକ କୋରୋନା ସଂକ୍ରମଣ, 20 ଦିନରେ 350 ପାର ମୃତ୍ୟୁସଂଖ୍ୟା
author img

By

Published : May 20, 2021, 7:40 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଦୈନିକ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ମେ ମାସରେ ସର୍ବାଧିକ ରେକର୍ଡ କରିଛି ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ । ତେବେ ଏହି ମାସ ସାଙ୍ଘାତିକ ହେଉଛି ମୃତ୍ୟୁ ସଂଖ୍ୟା। ତେବେ 20 ଦିନ ମଧ୍ୟରେ 359 ଜଣଙ୍କ ମୃତ୍ୟୁ ଘଟିଛି ।
ରାଜ୍ୟରେ ଏବେ ଦୈନିକ 15 ରୁ 20 ଜଣ ମଧ୍ୟରେ ମୃତ୍ୟୁ ସଂଖ୍ୟା ରହୁଛି । କୋରୋନା ପଜିଟିଭ ସଂଖ୍ୟା ମଧ୍ୟ କିଛି ମାତ୍ରାରେ କମୁଛି । ରାଜ୍ୟରେ କୋରୋନାର କିଛି ନୂଆ ଷ୍ଟ୍ରେନ ଏବେ ଆସିଛି । ଏହି ଷ୍ଟ୍ରେନ ପୂର୍ଵାପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଆଗରୁ ବୟସ୍କ ଲୋକଙ୍କୁ ଅଧିକ ପ୍ରଭାବିତ କରିଥିଲା, ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀଙ୍କ ସହ ଶିଶୁଙ୍କୁ ଅଧିକ ଆକ୍ରାନ୍ତ କରୁଛି । ଯେଉଁ ଯୁବ ଗୋଷ୍ଠୀମାନେ ଅଧିକ ବାହାରେ ବୁଲାବୁଲି କରୁଛନ୍ତି, ସେମାନଙ୍କ ପାଖରେ ଅଧିକ ସଂକ୍ରମଣ ହେବାର ସୁଯୋଗ ରହିଛି ।

ମେ ମାସରେ ସାଙ୍ଘାତିକ କୋରୋନା ସଂକ୍ରମଣ, 20 ଦିନରେ 350 ପାର ମୃତ୍ୟୁସଂଖ୍ୟା

ଅନ୍ୟପଟେ ଆଇସିଏମଆର ଗାଇଡ଼ ଲାଇନ ଅନୁସାରେ ଟେଷ୍ଟିଂକୁ ଘରେ ଘରେ କରିବା ଭଳି ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ । କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଆମେ ଅଧିକ ଲୋକଙ୍କ ପାଖରେ ପହଁଚିପାରିବା । ବହୁତ ଲୋକ ଡରି ଯାଉଛନ୍ତି, ଟେଷ୍ଟ କରିବାକୁ ହେଲେ ଆଉ କିଛି ଲୋକ ଆସିପାରୁନାହାଁନ୍ତି ଲକଡାଉନ ପାଇଁ । ସେମାନଙ୍କ ପାଖରେ ଟେଷ୍ଟିଂ ସୁବିଧା ପହଞ୍ଚିପାରିଲେ ଏହି ସଂକ୍ରମଣ ରୋକିବାରେ ସହାୟକ ହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ତେବେ ରାଜ୍ୟରେ ଏହି ମାସ 1 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଦିଆଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ ।

ମେ 1ରେ 11, 2ରେ 14, 3ରେ 5, 4ରେ 15, 5ରେ 16, 6ରେ 17, 7ରେ 19, 8ରେ 20, 9ରେ 19, 10ରେ 17, 11ରେ 18, 12ରେ 17, 13ରେ 19, 14ରେ 22, 15ରେ 21, 16ରେ 19, 17ରେ 22, 18ରେ 22, 19ରେ 21 ଓ 20 ତାରିଖରେ 25 ଜଣଙ୍କର ମୃତ୍ୟୁ ଘଟିଛି ।

ତେବେ ରାଜ୍ୟରେ ମେ ମାସ 20 ତାରିଖ ସୁଦ୍ଧା 359 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ରାଜ୍ୟରେ ମୋଟ ଏପର୍ଯ୍ୟନ୍ତ 2403 ଜଣ କୋରୋନାରେ ପ୍ରାଣ ହରାଇଲେଣି । ସରକାରୀ ତଥ୍ୟ ଅନୁଯାୟୀ, ସର୍ବାଧିକ ମୃତ୍ୟୁରେ ଖୋର୍ଦ୍ଧା ରହିଛି ଯାହା ଏପର୍ଯ୍ୟନ୍ତ 420 ଜଣ କୋରୋନାରେ ପ୍ରାଣ କରାଇଛନ୍ତି । ସେହିପରି ସୁନ୍ଦରଗଡରେ 233, ଗଞ୍ଜାମରେ 269, ପୁରୀରେ 145, କଟକରେ 153 ଓ ବାଲେଶ୍ୱରରେ 103 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.