ଭୁବନେଶ୍ବର: ଟଳିଲା ବନ୍ୟା ଆଂଶଙ୍କା ହେଲେ ବି ବିପଦ ସଙ୍କେତ ଉପରେ ପ୍ରବାହିତ ଜଳସ୍ତର । ବଢିବାରେ ଲାଗିଛି ନଦୀ ଜଳସ୍ତର । ଦକ୍ଷିଣ ଓ ପଶ୍ଚିମ ଓଡିଶା କଥା ନକହିବା ଭଲ । କିଛିଦିନ ବ୍ୟବଧାନରେ ମାଲକାନଗିରି ଜିଲ୍ଲା ଜଳମଗ୍ନ ହୋଇଥିଲା । କେଉଁଠି ରାସ୍ତାରେ ଅଣ୍ଠୁଏ ପାଣି ତ କେଉଁଠି ଘର ବୁଡିଗଲାଣି ।
ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ଡେଇଁଲାଣି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିଛି । କୁଶଭଦ୍ରା, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ବଂଶଧାରା ନଦୀର ଜଳ ପତ୍ତନ ବୃଦ୍ଧି ପାଉଛି। ସେହିଭଳି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏନେଇ ସିଡବ୍ଲ୍ୟୁସି (ସେଣ୍ଟ୍ରାଲ ୱେରହାଉସିଂ କରପୋରେସନ ) ଅନ୍ତର୍ଗତ ରାଜ୍ୟର (ଇଓସି) ଏମର୍ଜେନ୍ସି ଅପରେସନ ସେଣ୍ଟର ପକ୍ଷରୁ ଏକ ତାଲିକା ଘୋଷଣା କରାଯାଇଛି ।
ସୋମବାର ଦିନ ମଧ୍ୟରେ ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢିଛି। ମଙ୍ଗଳବାର ଜଳଭଣ୍ଡାର ଗେଟ ଖୋଲାଯିବ । ଯାହାକି ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି। ଆଗକୁ ମଧ୍ୟ ଜଳସ୍ତର ବଢିବାର ସମ୍ଭବନା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ