ETV Bharat / city

ରାଜ୍ୟରେ ବଢୁଛି କୋରୋନା ମୃତ୍ୟୁ ସଂଖ୍ୟା, ଆଜି 17 ଜଣଙ୍କ ମୃତ୍ୟୁ - ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନା ଗୋଟେ ପରେ ଗୋଟେ ମୁଣ୍ଡ ନେଇ ଚାଲିଛି।

increase corona death case in state
ଆଜି 17 ଜଣଙ୍କ ମୃତ୍ୟୁ
author img

By

Published : Oct 15, 2020, 12:02 PM IST

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଟା ନିୟନ୍ତ୍ରିତ ହୋଇଥିଲେ ବି ବଢିବାରେ ଲାଗିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଆଜି(ଗୁରୁବାର) ରାଜ୍ୟରେ 17 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,089କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଜି 17 ଜଣଙ୍କର ମୁଣ୍ଡ ନେଇଛି କୋରୋନା । ଦିନକୁ ଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆଜି ରାଜ୍ୟରେ ପୁଣି କୋରୋନା ଗୋଟେ ପରେ ଗୋଟେ ମୁଣ୍ଡ ନେଇ ଚାଲିଛି। ଆଜି କଟକରୁ 60 ବର୍ଷର ମହିଳା ଓ 70 ବର୍ଷ ଓ 28 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ନୟାଗଡରୁ 57 ବର୍ଷର ମହିଳା, ଯାଜପୁରରେ 85 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଛି ।

ସେହିପରି ବାଲେଶ୍ବରରେ 55 ବର୍ଷର ପୁରୁଷ, ଭୁବନେଶ୍ବରରେ 49 ବର୍ଷ, 72 ବର୍ଷ ଓ 42 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ 77 ବର୍ଷର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେହିପରି ଭାବରେ ସୁନ୍ଦରଗଡରେ 58 ବର୍ଷର ପୁରୁଷ, ବୌଦ୍ଧ ରେ 55 ବର୍ଷର ପୁରୁଷ, କଳାହାଣ୍ଡି ରେ 70 ବର୍ଷର ପୁରୁଷ, ସୁନ୍ଦରଗଡରେ 36 ବର୍ଷର ମହିଳା, ରାଉରକେଲାରେ 69 ବର୍ଷର ପୁରୁଷ, ଗଞ୍ଜାମରେ 60 ବର୍ଷର ମହିଳା ଓ 50 ବର୍ଷର ପୁରୁଷଙ୍କ କୋରୋନା ଭାଇରସ ଜୀବନ ନେଇଛି।

ଭୁବନେଶ୍ବରରୁ ବିକାସ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.