ETV Bharat / city

ରାଜଧାନୀରେ ପୁଣି ଆରମ୍ଭ ହେବ ପେଡ଼ ଆଇସୋଲେସନ ବ୍ୟବସ୍ଥା - paid isolation system to be re-start

ବଢୁଥବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀରେ ଆରମ୍ଭ ହେବ ପେଡ ଆଇସୋଲେସନ । ବିଏମସି ନେଇଛି ନିଷ୍ପତ୍ତି । ଅଧିକ ପଢନ୍ତୁ...

ରାଜଧାନୀରେ ପୁଣି ଆରମ୍ଭ ହେବ ପେଡ଼ ଆଇସେଲେସନ ବ୍ୟବସ୍ଥା

author img

By

Published : May 17, 2021, 4:12 PM IST

ଭୁବନେଶ୍ବର: ରାଜଧାନୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ଦେୟ ସଙ୍ଗରୋଧ ( ପେଡ଼ ଆଇସେଲେସନ) ବ୍ୟବସ୍ଥା । ଏ ନେଇ ଭୁବନେଶ୍ୱରର ବିଭିନ୍ନ ହୋଟେଲ ସହିତ ଖୁବଶୀଘ୍ର ଚୁକ୍ତି ସ୍ଵାକ୍ଷର କରିବାକୁ ଯାଉଛି ବିଏମସି । ଚୁକ୍ତିବଦ୍ଧ ହୋଇଥିବା ହୋଟେଲରେ ରହିବ ଅକ୍ସିଜେନ ବ୍ୟବସ୍ଥା ।

ରାଜଧାନୀରେ ଧୀରେ ଧୀରେ କୋଭିଡ ସଂକ୍ରମଣ ଉପର ମୁହାଁ ହେଉଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଚାପରେ ହସ୍ପିଟାଲ ଓ ବିଏମସି । ପ୍ରାୟ ପ୍ରତ୍ୟେକ ଦିନ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥବାରୁ ସ୍ଥିତି ଅସମ୍ଭାଳ ହୋଇ ପଡୁଛି । ଏଭଳି ସମୟରେ ଅନେକଙ୍କ ଘରେ ହୋମ ଆଇସୋଲେସନର ସଠିକ ବ୍ୟବସ୍ଥା ନାହିଁ । ତେଣୁ ପୁଣି ଥରେ ପେଡ଼ ଆଇସୋଲେସନର ବ୍ୟବସ୍ଥା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ହେବାକୁ ଯାଉଛି ।

ସ୍ୱଳ୍ପ ଓ ମଧ୍ୟମ ଧରଣର କୋଭିଡ ଆକ୍ରାନ୍ତ ବ୍ୟକ୍ତି କିମ୍ବା କୋଭିଡରୁ ସୁସ୍ଥ ହେବା ପରେ ନିଜକୁ ଆଇସୋଲେସନରେ ରଖିବା ପାଇଁ ଚାହୁଁଥିବା ବ୍ୟକ୍ତି ଏହାର ସୁବିଧା ନେଇପାରିବେ । ହୋଟେଲ ପାଖରେ ଥିବା ହସ୍ପିଟାଲ ରୋଗୀଙ୍କୁ ମେଡ଼ିସିନ ଓ ଅନ୍ୟାନ୍ୟ ଔଷଧୀୟ ଜିନିଷ ଯୋଗାଇବେ । ଏ ନେଇ ଗତକାଲି ଭୁବନେଶ୍ୱର ମହାନଗର ନିଗମ କମିଶନର ଭୁବନେଶ୍ୱର ହୋଟେଲ ସଂଘ ଏବଂ ବିଭିନ୍ନ ହସ୍ପିଟାଲ ସହ ଏକ ଭର୍ଚୁଆଲ ବୈଠକ ହୋଇଥିଲା । ଚଳିତ ସପ୍ତାହରେ ଏ ନେଇ ହୋଟେଲ ସହ ଚୁକ୍ତି କରିବ ବିଏମସି । ଅନ୍ୟପଟେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ହୋଟେଲ ସଂଘର ସଭାପତି ଜେ କେ ମହାନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ହୋଟେଲ ମାଲିକମାନେ ଏପରି ସମୟରେ ଲାଭକ୍ଷତି ଦେଖୁନଥିବା ମଧ୍ୟ ସେ କହିଛନ୍ତି । ତାହା ବଦଳରେ ଯାହା ମିଳିବ ହୋଟେଲର କର୍ମଚାରୀ ଦରମା ପାଇବେ ଓ ଲୋକଙ୍କୁ ସାହାଯ୍ୟ କରିବା ହିଁ ଆମର ଲକ୍ଷ୍ୟ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.