ETV Bharat / city

ବାଲେଶ୍ବର ଓ ତିର୍ତ୍ତୋଲରେ ନୋଟାକୁ କେତେ ଭୋଟ, ଜାଣନ୍ତୁ... - balasore by poll election

ରାଜ୍ୟରେ ଦୁଇଟି ଉପନିର୍ବାଚନ ଆସନରେ ଭୋଟ ଗଣତି ଶେଷ ହୋଇଛି । ଉଭୟ ଆସନରେ ଅତିକ୍ତାର କରିଛି ଶାସକ ଦଳ ବିଜେଡି । ତେବେ ଏଥର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ନୋଟା ଭୋଟ । ଅଧିକ ପଢନ୍ତୁ...

ବାଲେଶ୍ବର ଓ ତିର୍ତ୍ତୋଲରେ ନୋଟା ପାଇଲା ଏତିକି ଭୋଟ

author img

By

Published : Nov 11, 2020, 8:39 AM IST

ଭୁବନେଶ୍ବର: ଓଡିଶାର ଦୁଇଟି ଉପନିର୍ବାଚନ ଆସନରେ ବିଜେଡି ବିଜୟୀ ହୋଇଛି । ବାଲେଶ୍ବର ସଦର ଉପନିର୍ବାଚନରେ ସ୍ବରୂପ ଦାସ 84 ହଜାର 097 ଭୋଟରେ ବିଜେପି ପ୍ରାର୍ଥୀ ମାନସ ଦତ୍ତକୁ ହରାଇଛନ୍ତି । ସେହିପରି ଜଗତସିଂହପୁରର ତିର୍ତ୍ତୋଲରେ ବିଷ୍ଣ ଚରଣ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ 88 ହଜାର 310 ଭୋଟ ପାଇ ବିଧାୟକ ହୋଇଛନ୍ତି ।

ବାଲେଶ୍ବର ସଦର ଉପନିର୍ବାଚନରେ 6 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । କଂଗ୍ରେସକୁ 4 ହଜାର 943 ଟି ଭୋଟ ମିଳିଛି । ବିଜେପିକୁ 70 ହଜାର 746 , ବିଜେଡିକୁ 84 ହଜାର 097 । ତେବେ 13 ହଜାର 351ଟି ଭୋଟ ସହ ବିଜେଡି ଆଗରେ ରହିଛି । ବାଲେଶ୍ବରରେ ମୋଟ 1 ଲକ୍ଷ 62 ହଜାର 339 ଜଣ ଭୋଟ ଦେଇଥିଲେ । ଇଭିଏମରେ 1 ଲକ୍ଷ 61 ହଜାର 57 ଖଣ୍ଡ ଭୋଟ ପଡିଥିବାବେଳେ, ପୋଷ୍ଟାଲରେ 1272 ଟି ଭୋଟ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ବାଲେଶ୍ବରରେ 700 ଲୋକେ ନୋଟାରେ ଭୋଟରେ ଦେଇଛନ୍ତି । ପୋଷ୍ଟାଲରେ 5 ଜଣ ଓ ଇଭିଏମରେ 695 ଜଣ ନୋଟାରେ ଦେଇଥିଲେ ।

ସେହିପରି ତିର୍ତ୍ତୋଲ ପାଇଁ 9 ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ବିଜେଡି 88, 310 ଭୋଟ ପାଇଛି । ବିଜେପି 46,607 ଓ କଂଗ୍ରେସ 28,888 ଭୋଟ ପାଇଛି । ଏଠାରେ ମଧ୍ୟ ବିଜେଡି 41 ହଜାର 703 ଭୋଟ ସହ ଆଗରେ ରହିଛି । ପୋଷ୍ଟାଲ ଭୋଟରେ 2462 ଭୋଟ ଦେବା ସହ ଇଭିଏମରେ 1 ଲକ୍ଷ 64 ହଜାର 459ଖଣ୍ଡ ଭୋଟ ପଡିଥିଲା । 786 ଜଣ ନୋଟା ବଟନ ଦାବି ଥିଲେ । ସେହି ମଧ୍ୟରୁ ଇଭିଏମରେ 783 ଓ 3 ଟି ପୋଷ୍ଟାଲରେ ଦିଆଯାଇଛି ।

ଉଭୟ ଆସନରେ ମୋଟ 1483 ଜଣ ନୋଟାରେ ଭୋଟ ଦେଇଛନ୍ତି । ଏହାକୁ ନେଇ ଏବେ ସମସ୍ତ ରାଜନୈତିକ ଦଳଗୁଡିକ ପାଇଁ ଆତ୍ମସମୀକ୍ଷାର ସମୟ ଆସିଛି । କାରଣ ଏହି ଭୋଟର କୌଣସି ଦଳୀୟ ପ୍ରାର୍ଥୀଙ୍କୁ ନିଜର ପ୍ରତିନିଧିତ୍ବ ଭାବେ ଚୟନ କରିନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.