ETV Bharat / city

ବିଧାନସଭାରେ ଆଉ ହେବ ନାହିଁ ହଙ୍ଗାମା କି ହଟ୍ଟଗୋଳ ! - No MLA Can Create Disturbance

ଏଣିକି ଗଣତନ୍ତ୍ରର ମନ୍ଦିରରେ ଆଉ ହେବ ନାହିଁ ହୋ-ହାଲ୍ଲା, ହଙ୍ଗାମା । ଦାବି ପୂରଣ ପାଇଁ ବିଧାୟକମାନେ କରିପାରିବେ ନାହିଁ ହଟ୍ଟଗୋଳ । ଆଲୋଚନା ତର୍କ ବିତର୍କ ମାଧ୍ୟମରେ ସବୁ ସମସ୍ୟାର ହେବ ସମାଧାନ । ବିରୋଧୀଙ୍କ ଦାବି ହେବ ବିଚାର । ଅଧିକ ପଢନ୍ତୁ

Assembly session
Assembly session
author img

By

Published : Nov 23, 2021, 5:25 PM IST

ଭୁବନେଶ୍ବର: ଏଣିକି ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ଆଉ ହେବ ନାହିଁ ହୋ-ହାଲ୍ଲା, ହଙ୍ଗାମା । ଦାବି ପୂରଣ ପାଇଁ ସଦସ୍ୟମାନେ କରିପାରିବେ ନାହିଁ ହଟ୍ଟଗୋଳ । ଆଲୋଚନା ତର୍କ ବିତର୍କ ମାଧ୍ୟମରେ ସବୁ ସମସ୍ୟାର ହେବ ସମାଧାନ । ବିରୋଧୀଙ୍କ ଦାବି ହେବ ବିଚାର । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବିଧାନସଭାରେ ଆଉ ହେବ ନାହିଁ ହଙ୍ଗାମା କି ହଟ୍ଟଗୋଳ !

ଆସନ୍ତା ମାସ ପ୍ରଥମରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ଗଣମାଧ୍ୟକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ କହିଛନ୍ତି ଚଳିତ ମାସରେ ହିମାଚଳ ପ୍ରଦେଶର ସିମଲା ଠାରେ ସର୍ବ ଭାରତୀୟ ବାଚସ୍ପତି ସମ୍ମିଳନୀ ହୋଇଥିଲା । ଯେଉଁଥିରେ ଲୋକସଭା ବାଚସ୍ପତି ଅଧ୍ୟକ୍ଷତା କରିଥିଲେ । ଏହା ବ୍ୟତୀତ ସାର ଦେଶରୁ ଅନେକ ବିଶିଷ୍ଟ ଆଇନଜ୍ଞ ଯୋଗ ଦେଇଥିଲେ ।

ବୈଠକର ନିଷ୍ପତ୍ତି ଅନୁସାରେ ଏଣିକି ଆଉ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ, କିମ୍ବା ପ୍ରଶ୍ନକାଳରେ ବିରୋଧୀ ସଦସ୍ୟ ମାନେ କିମ୍ବା ଗୃହର ଅନ୍ୟ ସଦସ୍ୟ ହୋ-ହାଲ୍ଲା କି ହଙ୍ଗାମା କରିପାରିବେ ନାହିଁ ।

ଆସନ୍ତା ଅଧିବେଶନ ପୂର୍ବରୁ ବସିବାକୁ ଥିବା ସର୍ବଦଳୀୟ ବୈଠକରେ ଏନେଇ ସମସ୍ତ ଦଳକୁ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.