ETV Bharat / city

ଦୂରଦୃଷ୍ଟି ସମ୍ପନ୍ନ ବଜେଟ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ IMFA ମୁଖ୍ୟ

author img

By

Published : Feb 1, 2022, 9:47 PM IST

ଅଭିବୃଦ୍ଧିଭିତ୍ତିକ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବଜେଟ୍ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇମ୍ଫା ମୁଖ୍ୟ ଶୁଭ୍ରକାନ୍ତ ପଣ୍ଡା । କହିଲେ ଘରୋଇ ବିନିଯୋଗ କ୍ଷେତ୍ରରେ ଅଭିବୃଦ୍ଧି ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଅଧିକ ପଢନ୍ତୁ

ି୍େୁ
fେ୍ି

ଭୁବନେଶ୍ବର: କେନ୍ଦ୍ର ବଜେଟ ଉପସ୍ଥାପିତ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫିକି ଇଣ୍ଡିଆର ସିନିଅର ଭାଇସ ପ୍ରେସିଡେଣ୍ଟ ତଥା IMFAର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା । ପଣ୍ଡା କହିଛନ୍ତି, ଚଳିତ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପୁନରୁଦ୍ଧାର ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ସରକାରୀ ପୁଞ୍ଜି ବ୍ୟୟରେ ଯଥେଷ୍ଟ ବୃଦ୍ଧି କରାଯାଇଛି । ସେହିପରି ଘରୋଇ ବିନିଯୋଗ କ୍ଷେତ୍ରରେ ଅଭିବୃଦ୍ଧି ଅତ୍ୟନ୍ତ ସ୍ୱାଗତଯୋଗ୍ୟ ।

ଦୃଢ ଏବଂ ପୂର୍ବାନୁମାନଯୋଗ୍ୟ ନୀତି ପ୍ରଣୟନ ସହ ଇଜ ଅଫ ଡୁଇଂ ବିଜ଼ନେସ ୨.୦ ର ଶୁଭାରମ୍ଭ ଏକ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାର ସଙ୍କେତ ପ୍ରଦାନ କରୁଛି । ସର୍ବୋପରି MSME ଶିଳ୍ପ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହିତ ଆତିଥ୍ୟ ବା ହସ୍ପିଟାଲିଟି ସେକ୍ଟର ପାଇଁ ଇସିଏଲଜିଏସ ଯୋଜନାର ସମ୍ପ୍ରସାରଣ କରି ଅତିରିକ୍ତ ୫୦,୦୦୦ କୋଟି ଅର୍ଥ ବ୍ୟବସ୍ଥା କରାଯିବା ମଧ୍ୟ ବର୍ତ୍ତମାନ ସମୟରେ ସ୍ବାଗତଯୋଗ୍ୟ ପଦକ୍ଷେପ । କୋରୋନା ମହାମାରୀ ଯୋଗୁଁ ପ୍ରଭାବିତ ଏହି କ୍ଷେତ୍ରରେ ଥିବା ଉଦ୍ୟୋଗୀମାନଙ୍କୁ ନିଶ୍ଚିତ ଭାବେ ଏହା ଆଶ୍ବସ୍ତି ପ୍ରଦାନ କରିବ ବୋଲି ମଧ୍ୟ ପଣ୍ଡା ମତ ରଖିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.