ETV Bharat / city

ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ, ଅନୁଧ୍ୟାନରୁ ସ୍ପଷ୍ଟ କଲା ILS - ଆଇଏଲଏସ ନୂଆ ଅନୁଧ୍ୟାନ

ILSର ଅନୁଧ୍ୟାନରୁ ନୂଆ ତଥ୍ୟ । ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ । 241 ଆକ୍ରାନ୍ତଙ୍କ ନମୁନାକୁ ନେଇ ହୋଇଥିଲା ଅନୁଧ୍ୟାନ । ଅଧିକ ପଢନ୍ତୁ

ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ, ଅନୁଧ୍ୟାନରୁ ସ୍ପଷ୍ଟ କଲା ILS

author img

By

Published : Feb 10, 2022, 10:10 PM IST

Updated : Feb 10, 2022, 10:24 PM IST

ଭୁବନେଶ୍ବର: ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ । ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ (ILS) ଦ୍ବାରା କରାଯାଇଥିବା ସଦ୍ୟତମ ଅନୁଧ୍ୟାନରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଜାନୁଆରି 27 ତାରିଖରୁ ଫେବୃଆରୀ 4ତାରିଖ ମଧ୍ୟରେ 241 ଆକ୍ରାନ୍ତଙ୍କ ନମୁନାକୁ ନେଇ ILS ଅନୁଧ୍ୟାନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 235 ଜଣ ଆକ୍ରାନ୍ତ ଓମିକ୍ରନ ଭ୍ୟାରିଏଣ୍ଟରେ ଓ ମାତ୍ର ୬ଜଣ ଡେଲଟା ଭ୍ୟାରିଏଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏଥିରୁ ରାଜ୍ୟରେ 98% ଆକ୍ରାନ୍ତ ଓମିକ୍ରନ ଭ୍ୟାରିଏଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ କରିଛି ILS ।

ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ, ଅନୁଧ୍ୟାନରୁ ସ୍ପଷ୍ଟ କଲା ILS
ରାଜ୍ୟରେ 98% ଓମିକ୍ରନ ଆକ୍ରାନ୍ତ, ଅନୁଧ୍ୟାନରୁ ସ୍ପଷ୍ଟ କଲା ILS

ତଥ୍ୟ ଅନୁଯାୟୀ, ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ମୟୂରଭଞ୍ଜ, ନୟାଗଡ, ପୁରୀ, ରାୟଗଡା, ସୁନ୍ଦରଗଡରେ ଜିଲ୍ଲାରୁ ସଂଗୃହିତ ଆକ୍ରାନ୍ତଙ୍କ ନମୁନାର ସିକ୍ୟୁନସିଂ କରାଯାଇଥିଲା ।

ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ 4, ନୟାଗଡ ଓ ପୁରୀରେ ଜଣେ ଲେଖାଏଁ ଆକ୍ରାନ୍ତ ଡେଲ୍ଟା ଭ୍ୟାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସମସ୍ତ ନମୁନା ଓମିକ୍ରନ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଥିଲା । ସେହିପରି ଓମିକ୍ରନ ଭ୍ୟାରିଏଣ୍ଟ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 46 ଖୋର୍ଦ୍ଧାରେ 44 ଓ କଟକରେ 27 ସର୍ବାଧିକ ମାମଲା ସାମ୍ନାକୁ ଆସିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 10, 2022, 10:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.