ETV Bharat / city

ଚୋରା ବନ୍ଧୁକ ଡିଲରେ ଲେଡି ସ୍ମଗଲର, କଳ୍ପନା ଛକରୁ ୩ ଗିରଫ - ଭୁବନେଶ୍ବର ଖବର

ବନ୍ଧୁକ ଡିଲରେ ମହିଳା। ଧରାପଡିଲା ଲେଡି ସ୍ମଗଲର। କଳ୍ପନା ଛକରେ ବନ୍ଧୁକ ଡିଲ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଓ ବରଗଡ ଥାନା ପୋଲିସ। ଲେଡି ସ୍ମଗଲର ସମେତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ।

ଚୋରା ବନ୍ଧୁକ ଡିଲରେ ଲେଡି ସ୍ମଗଲର, କଳ୍ପନା ଛକରୁ ୩ ଗିରଫ

author img

By

Published : Sep 25, 2020, 10:55 AM IST

ଭୁବନେଶ୍ବର: ବନ୍ଧୁକ ଡିଲରେ ମହିଳା। ଧରାପଡିଲା ଲେଡି ସ୍ମଗଲର। କଳ୍ପନା ଛକରେ ବନ୍ଧୁକ ଡିଲ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଓ ବରଗଡ ଥାନା ପୋଲିସ। ଲେଡି ସ୍ମଗଲର ସମେତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ।

ତେବେ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୪ ରାଉଣ୍ଡ ଗୁଳି ଓ ସ୍କର୍ପିଓ OR 02AE9993 ଜବତ ହୋଇଛି। 45 ହଜାର ଟଙ୍କାରେ ଡ଼ିଲ ହେଉଥିଲା ବନ୍ଧୁକ। ପୋଲିସ ସ୍କାନରରୁ ବର୍ତ୍ତିବାକୁ ଡିଲ କରୁଥିଲା ଲେଡି ସ୍ମଗଲର। ଯୁବତୀ ଭାବି ଯେପରି ପୋଲିସ ସ୍କାନରରୁ ହଟି ଯିବ ସେନେଇ ସ୍ମଗଲର ଚଳାଇଥିଲେ ଚାଲ।

ଚୋରା ବନ୍ଧୁକ ଡିଲରେ ଲେଡି ସ୍ମଗଲର, କଳ୍ପନା ଛକରେ ଧରାପଡିଲେ ୩ ଜଣ

ଆଉ ଏସଟିଏଫର ପକା ଟିଫ ଯୋଗୁ ଫସିଗଲେ ତିନିଜଣ । ହେଲେ ବିକିବାକୁ ଆସିଥିବା ବଡ ବ୍ୟବସାୟୀ ଫେରାର ଥିବା ଏସଟିଏଫ ଓ ପୋଲିସ ସୁତ୍ରରୁ ସୂଚନା ମିଳିଛି। ୨ ଯୁବକଙ୍କ ଘର କେନ୍ଦ୍ରାପଡ଼ା ପଟାମୁଣ୍ଡାଇ ହୋଇଥିବା ବେଳେ ମହିଳା ଜଣଙ୍କର ଘର ନିମାପଡା ବୋଲି ପୋଲିସ କହିଛି। ୩ ଜଣଙ୍କ ଅପରାଧିକ ରେକର୍ଡକୁ ଯାଞ୍ଚ କରୁଛି ଏସଟିଏଫ ଓ ବରଗଡ ଥାନା ପୋଲିସ।

ତେବେ ଚୋରା ବନ୍ଧୁକ କାରବାର ଏବେ ରାଜଧାନୀରେ ଛାଇଯାଇଥିବା ବେଳେ କେଉଁଠୁ କିଏ ଆଣି ଯୋଗାଉଛି ଏସବୁ ଧରିବା ଓଡିଶା ପୋଲିସ ପାଇଁ ଏକ ବଡ ଚ୍ଯାଲେଞ୍ଜ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.