ETV Bharat / city

ଫ୍ଲାଇଟରେ ୬୫ ଲକ୍ଷ ଟଙ୍କା ବାକି ରଖିଛନ୍ତି IFS ପାଠକ, ପୋଲିସର ଛାନଭିନ ଆରମ୍ଭ

author img

By

Published : Dec 2, 2020, 4:50 PM IST

ଟ୍ରାଭେଲ ଏଜେନ୍ସି ଜରିଆରେ ବୁକ ହୋଇଥିଲା ଚାଟାର୍ଡ ଫ୍ଲାଇଟ । ଏଥିପାଇଁ ଫର୍ଜରି ଡକୁମେଣ୍ଟରେ ବୁକିଂ କରିଥିଲେ ପାଠକ ବାପ-ପୁଅ ଯୋଡି । ଏନେଇ ଟାଟା ନାଁରେ ମେଲ କରି ବୁକିଂ ସହ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ଖର୍ଚ୍ଚ ହୋଇଥିଲେ ମଧ୍ଯ ଏବେବି ବାକି ରଖିଛନ୍ତି ୬୫ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

ଫ୍ଲାଇଟରେ ୬୫ ଲକ୍ଷ ଟଙ୍କା ବାକି ରଖିଛନ୍ତି IFS ପାଠକ, ପୋଲିସର ଛାନଭିନ ଆରମ୍ଭ
ଫ୍ଲାଇଟରେ ୬୫ ଲକ୍ଷ ଟଙ୍କା ବାକି ରଖିଛନ୍ତି IFS ପାଠକ, ପୋଲିସର ଛାନଭିନ ଆରମ୍ଭ

ଭୁବନେଶ୍ବର: ଟ୍ରାଭେଲ ଏଜେନ୍ସି ଜରିଆରେ ବୁକ ହୋଇଥିଲା ଚାଟାର୍ଡ ଫ୍ଲାଇଟ । ଏଥିପାଇଁ ଫର୍ଜରି ଡକୁମେଣ୍ଟରେ ବୁକିଂ କରିଥିଲେ ପାଠକ ବାପ-ପୁଅ ଯୋଡି । ଏନେଇ ଟାଟା ନାଁରେ ମେଲ କରି ବୁକିଂ ସହ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ଖର୍ଚ୍ଚ ହୋଇଥିଲେ ମଧ୍ଯ ଏବେବି ବାକି ରଖିଛନ୍ତି ୬୫ ଲକ୍ଷ ଟଙ୍କା । ଅର୍ଥାତ ଟଙ୍କା ବାକି ରଖି ବି ନଦେଇ ଧମକ ଚମକ ଦେବା ସହ ଠକେଇ ପାଇଁ ଉଦ୍ଯମ କରିଛନ୍ତି । ଯାହାକୁ ନେଇ ଖାରବେଳ ନଗର ଥାନାରେ ହୋଇଛି ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଅଭିଯୋଗ ।

ଏନେଇ ଏକ ଟ୍ରାଭେଲ ଏଜେଣ୍ଟ ସଂସ୍ଥା ପକ୍ଷରୁ ଅଭିଯୋଗ ହୋଇଛି । ତାଙ୍କୁ ପାଖାପାଖି ୬୫ ଲକ୍ଷ ଠକେଇ ସହ ଫର୍ଜରି ଓ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆପିସିର ଧାରା 419/420/468/471/506/34 କେସ୍ ରୁଜୁ ହୋଇଛି । ଏହାକୁ ଭିତି କରି ତଦନ୍ତ କରିଛନ୍ତି ପୋଲିସ କର୍ମଚାରୀ । ସେପଟେ ଖାରବେଳନଗର ସ୍ଥିତ ଟ୍ରାଭେଲ ଏଜେନ୍ସି ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଅନେକ ଡକୁମେଣ୍ଟକୁ ଆଧାର କରି ତଦନ୍ତ କରାଯାଉଛି । ଏନେଇ ଚାଲିଥିବା ଭିଜିଲାନ୍ସ ଅଭିଯୋଗ ସହ ଅଭିଯୁକ୍ତ ଜୁଡିସିଆଲ କଷ୍ଟଡିରେ ଥିବାରୁ ଖାରବେଳନଗର ଥାନା ଅଭିଯୋଗ ମଧ୍ଯ ରିମାଣ୍ଡ ଟ୍ଯାଗ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.