ETV Bharat / city

IFS ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

author img

By

Published : May 3, 2021, 12:59 PM IST

Updated : May 3, 2021, 1:47 PM IST

IFS ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର
IFS ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

12:57 May 03

IFS ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଭୁବନେଶ୍ବର: IFS ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର । ଅଭୟକାନ୍ତଙ୍କ ବାଧ୍ୟତାମୂଳକ ଅବସରକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୧୯୮୭ ବ୍ୟାଚ୍ IFS ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ସରକାରୀ ପଦବୀର ଅପବ୍ୟବହାର କରିଥିଲେ ଅଭୟକାନ୍ତ ପାଠକ ।  

ଦୁର୍ନୀତିକୁ ଜିରୋ ଟଲେରାନ୍ସ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସୁଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆସିଥିଲା । ନିଜ ପଦ ଓ କ୍ଷମତାର ଅପ ବ୍ୟବହାର କରିଥିଲେ ଅଭୟକାନ୍ତ ପାଠକ । ଅଭୟକାନ୍ତ କ୍ଷମତାର ଅପ ବ୍ୟବହାର କରି ବ୍ୟାପକ ଅନିୟମିତତା କରିଥିଲେ । ପୁଅ ଆକାଶ ପାଠକଙ୍କ ସହ ମିଶି ଷଡଯନ୍ତ୍ର କରିଥିଲେ । ତାଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିଲା ।  

ଭିଜିଲାନ୍ସ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଅଭୟକାନ୍ତଙ୍କୁ ଗିରଫ କରିଥିଲା । ଏହା ସହ ତାଙ୍କ ପୁଅ ଆକାଶ ପାଠକଙ୍କୁ ପୁନେରୁ ଗିରଫ କରିଥିଲା ଭିଜିଲାନ୍ସ । ଆକାଶ ନିଜକୁ ଟାଟା କମ୍ପାନୀର ବରିଷ୍ଠ ଅଧିକାରୀ ଭାବେ ପରିଚୟ ଦେଇ ଟାଟାରେ ନିଯୁକ୍ତି ଦେବାକୁ କହି ଅନେକ ଆଶାୟୀଙ୍କ ଠାରୁ ଟଙ୍କା ଆତ୍ମସାତ କରିଥିଲେ । ଆକାଶ-ଅଭୟଙ୍କୁ ସହଯୋଗ ଅଭିଯୋଗରେ ଗୋପାଳପୁର ବିଧାୟକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।  

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ । ଗିରଫ ପରେ ଅଭୟକାନ୍ତଙ୍କୁ ନିଲମ୍ବିତ କରିଥିଲେ ରାଜ୍ୟ ସରକାର । ଆଇଏଫଏସ ଅଫିସର ଅଭୟକାନ୍ତ ଆୟ ଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଦର୍ଶାଇଛି ।

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ  

Last Updated : May 3, 2021, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.