ETV Bharat / city

ଭସାଣି ପାଇଁ ଏକାଠି ହେବନି ମେଢ, ବିସର୍ଜନ ପାଇଁ ଏସକର୍ଟରେ ନେବ ପୋଲିସ - ଦୁର୍ଗାପୂଜା ମେଢ ଭସାଣୀ

ରାଜଧାନୀରେ ଭସାଣିରେ ଏକାଠି ହେବନି ମେଢ । ଦୁଇରୁୁ ଚାରିଜଣ ସଦସ୍ୟଙ୍କ ଉପସ୍ଥିତିରେ ହେବ ଭସାଣି । ଅଧିକ ପଢନ୍ତୁ...

ଉମାଶଙ୍କର ଦାସ
ଉମାଶଙ୍କର ଦାସ
author img

By

Published : Oct 27, 2020, 7:28 AM IST

ଭୁବନେଶ୍ବର: ଆଜି ଭସାଣି । ମା’ଙ୍କୁ ମେଲାଣି ଦେବ ଧରାପୃଷ୍ଠ । ହେଲେ ଭସାଣିରେ ଏକାଠି ହେବ ନାହିଁ ସମସ୍ତ ମେଢ । ଦୁଇରୁ ଚାରିଜଣ ପୂଜାକମିଟି ସଦସ୍ୟଙ୍କ ଉପସ୍ଥିତିରେ ହେବ ଭସାଣି ଆୟୋଜନ । ଏଥିପାଇଁ ପୂଜା କମିଟି କର୍ତ୍ତୃପକ୍ଷଙ୍କୁ ତାଗିଦ କରିଛି କମିଶନରେଟ ପୋଲିସ ।

ଭସାଣି ପାଇଁ ଏକାଠି ହେବନି ମେଢ

ଏଥିସହ ଭସାଣିବେଳେ ମେଢ ଏକାଠି ନ କରି ଭିନ୍ନ ଭିନ୍ନ ସମୟ ଅନୁସାରେ ଭସାଣି କରି କୁତ୍ରିମ ପୋଖରିରେ ବିସର୍ଜନ କରାଯିବା ନେଇ ଯୋଜନା ରହିଛି । ତେବେ ବିସର୍ଜନ ପାଇଁ ନେବାବେଳେ ମେଢକୁ ଏସକର୍ଟ ଦେବ ପୋଲିସ ।

ଏହା ସହିତ ଭସାଣୀ ସମୟରେ 22 ପ୍ଲାଟୁନ ପୋଲିସ ସହ ଥାନା ଷ୍ଟାଫ ଉପସ୍ଥିତ ରହିବେ । ସେପଟେ ଭସାଣୀ ସମୟରେ ସାଧାରଣ ଲୋକଙ୍କୁ ଏକଜୁଟ ନ ହେବାକୁ ଅନୁରୋଧ କରାଯାଇଛି । ଆଜି(ମଙ୍ଗଳବାର) ଦିଆଯାଇଥିବା ସମୟ ଅନୁସାରେ ରାଜଧାନୀର 182 ଟି ମେଢଙ୍କୁ ଭସାଣି କରି କୁତ୍ରିମ ପୋଖରିରେ ବିସର୍ଜନ କରାଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.