ETV Bharat / city

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୟ କୁମାର ସିଂ - ଭୁବନେଶ୍ବରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ

ଗ୍ରାମ୍ୟ ଉନ୍ନୟନ ବିଭାଗରେ ନୂତନ ପ୍ରମୁଖ ଶାସନ ସଚିବ । ବିଭିନ୍ନ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ବାବଦରେ ନିଆଯିବ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୟ କୁମାର ସିଂ

author img

By

Published : Aug 9, 2022, 2:18 PM IST

ଭୁବନେଶ୍ବର: ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ କୁମାର ସିଂ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅକ୍ଷୟ କୁମାର ପ୍ରଧାନ, ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ସୁଦର୍ଶନ ପରିଡ଼ା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ସଚିବ ସଞ୍ଜୟଙ୍କୁ ସ୍ୱାଗତ କରିଛନ୍ତି ।

ଦାୟିତ୍ୱ ଗ୍ରହଣପରେ ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରମୁଖ ଶାସନ ସଚିବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଜନକଲ୍ୟାଣକାରୀ ଯୋଜନା ବାବଦରେ ଅବଗତ ହୋଇଛନ୍ତି । ଏହାପରେ ଅଧିକାରୀ ଓ କର୍ମଚାରୀଙ୍କୁ ଏସବୁର କାର୍ଯ୍ୟାନ୍ୱୟନ ନିମନ୍ତେ ନିଷ୍ଠା ଓ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ପି.କେ. ସାମଲ, ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ରାସ୍ତା) ସଞ୍ଜୀବ ମହାନ୍ତି, ମୁଖ୍ୟ ଯନ୍ତ୍ରୀ (ବ୍ରିଜ ଏବଂ କୋଠା) ରମେଶ ବେହେରା, ବିତ୍ତ ପରାମର୍ଶଦାତା ସ୍ମିତା ପାଣି, ଅତିରିକ୍ତ ସଚିବ ବବିତା ମହାନ୍ତି, ଉପନିର୍ଦ୍ଦେଶକ ପୁଷ୍ପିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.