ଭୁବନେଶ୍ବର: ଆଇଏଏସ ସ୍ତରରେ ଅଦଳବଦଳ । ବିଷ୍ଣୁପଦ ସେଠୀ ଶକ୍ତି ସଚିବ ଭାବେ ନିଯୁକ୍ତ । ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ହେଲେ ପ୍ରଦୀପ ଜେନା । ଏସଆରସି ଓ ଓଏସଡିଏମଏର ଏମଡି(ଅତିରିକ୍ତ) ଦାୟିତ୍ବ ମଧ୍ୟ ପାଇଲେ ପ୍ରଦୀପ । ଚିତ୍ରା ଅରୁମୁଗମ ହେଲେ ସ୍କୁଲ ଓ ଗଣଶିକ୍ଷା ସଚିବ । ସେହିପରି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ହେଲେ ମୋନା ଶର୍ମା ।
ସେପଟେ ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗ ପ୍ରମୁଖ ସଚିବର ଦାୟିତ୍ବ ମିଳିଛି । ସୌରଭ ଗର୍ଗଙ୍କୁ କୃଷି ସଚିବ ସହିତ ସିଏମଡି ଗ୍ରୀଡ୍କୋ, ଓପିଟିସିଏଲ ଦାୟିତ୍ବ । ହେମନ୍ତ ଶର୍ମାଙ୍କୁ ଶିଳ୍ପ, ଏମଏସଏମଇ, ଆଇପିଆଇସିଓଏଲ (IPICOL) ବିଭାଗର ସଚିବ ଦାୟିତ୍ବ ମିଳିଛି । ସେହିପରି ଅରବିନ୍ଦ ଅଗ୍ରୱାଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଥିବାବେଳେ ବିଶାଲ ଗଗନଙ୍କୁ ଜଳସମ୍ପଦ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ