ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଫିସର ମଧୁସୂଦନ ପାଢୀ ଲୋକସେବା ଭବନକୁ ଫେରିଛନ୍ତି । ଦୀର୍ଘ ବର୍ଷ ପରେ ପାୱାର କରିଡରରେ ଏଣ୍ଟ୍ରି ମାରିଛନ୍ତି ଏହି ବରିଷ୍ଠ ଅଧିକାରୀ । ତାଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।
![madhu sudan padhi](https://etvbharatimages.akamaized.net/etvbharat/prod-images/od-bbs-1-iastransfer-avo-7205239_04032020140317_0403f_1583310797_524.png)
ସେହିଭଳି ସେ ଲାଣ୍ଡ ରେକର୍ଡ କମିଶନର ଭାବେ ଅତିରିକ୍ତ ଦାୟିତ୍ବ ବି ତୁଲାଇବେ । ଅନ୍ୟପକ୍ଷରେ ପରିବହନ କମିଶନର ଥିବା ପ୍ରମୋଦ ମେହେରଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ