ETV Bharat / city

ଡେପୁଟେସନରେ ଯିବେ IAS କ୍ରିଷନ କୁମାର, କିଏ ହେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ? - କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ କ୍ରିଷନ କୁମାର

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଦାୟିତ୍ବ । କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ଦେଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

IAS କ୍ରିଷନ କୁମାର
IAS କ୍ରିଷନ କୁମାର
author img

By

Published : Feb 23, 2022, 6:55 PM IST

ନୂଆଦିଲ୍ଲୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଦାୟିତ୍ବ । କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ଦେଲେ କେନ୍ଦ୍ର ସରକାର ।

ଏନେଇ ଆଜି କେନ୍ଦ୍ର କାର୍ମିକ ପେନସନ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟର ଅନୁମୋଦନ ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । 2002 ବ୍ୟାଚ ଓଡିଶା କ୍ୟାଡର ଆଇଏଏସ ଅଫିସର ରାଜ୍ୟର ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ସଫଳତାର ସହ କାମ କରିଛନ୍ତି । ବର୍ତ୍ତମାନ ଗୁରୁତ୍ବପୂର୍ଣ୍ଣ ଶ୍ରୀମନ୍ଦିର ପ୍ରଶାସକ ସହ ପୂର୍ତ୍ତ ବିଭାଗର ସଚିବ ଭାବେ କାମ କରୁଛନ୍ତି । ଗତ 2 ବର୍ଷ ଧରି ଭକ୍ତ ଶୂନ୍ୟ ରଥଯାତ୍ରା ଆୟୋଜନ କରିବା ତାଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ଥିଲା । ଏହାସହ ବର୍ତ୍ତମାନ ଶ୍ରୀମନ୍ଦିରରେ ଅନେକ ସଂସ୍କାର ମୂଳକ ପଦକ୍ଷେପ ଜାରି ରହିଥିବା ବେଳେ ଏକାଧିକ ବିକାଶ ମୂଳକ ପ୍ରକଳ୍ପ ମଧ୍ୟ ଜାରି ରହିଛି। ଯେଉଁଥିରେ ମଧ୍ୟ ମୁଖ୍ୟ ପ୍ରଶାସକ ଭାବେ କ୍ରିଷନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା ।

ଆଜି କେନ୍ଦ୍ର ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଏହାସହ ଆଇଏଫଏସ ସ୍ତରରେ ମଧ୍ୟ ଅଦଳବଦଳ କରିଛନ୍ତି । ଏ ନେଇ କ୍ରିଷନ କୁମାର କରିଥିବା ଆବେଦନକୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି କ୍ରିଷନ । ଏହା ସହ ସେ ପୁର୍ତ୍ତ ବିଭାଗର ସଚିବ ରହିଛନ୍ତି କ୍ରିଷନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.