ETV Bharat / city

ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ - IAS ashit tripathy

ଅସିତ ତ୍ରିପାଠୀ ହେଲେ ମୁଖ୍ୟ ଶାସନ ସଚିବ, ସୁରେଶ ମହାପାତ୍ର ହେଲେ ଉନ୍ନୟନ କମିସନର, ପ୍ରଦୀପ୍ତ ମହାପାତ୍ର ହେଲେ କୃଷି ଉତ୍ପାଦନ କମିସନର।

ଫାଇଲ ଫଟୋ
author img

By

Published : Aug 15, 2019, 12:56 PM IST

ଭୁବନେଶ୍ବର: ୧୯୮୬ ବ୍ୟାଚ୍ ଆଇଏଏସ୍ ଅସିତ କୁମାର ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ । ଗତକାଲି ଆଦିତ୍ୟ ପ୍ରସାଦ ପାଢୀ ମୁଖ୍ୟ ଶାସନ ସଚିବ ପଦରୁ ସେଚ୍ଛାକୃତ ଭାବେ ଅବସର ନେଇଥିଲେ । ସେହିପରି ବରିଷ୍ଠ ଆଇଏସ ସୁରେଶ ମହାପାତ୍ରଙ୍କୁ ହେଲେ ଉନ୍ନୟନ କମିସନର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମଧ୍ୟ ନିର୍ବାହ କରିବେ ।

ଅନ୍ୟପଟେ ପ୍ରଦୀପ୍ତ ମହାପାତ୍ର କୃଷି ଉତ୍ପାଦ କମିସନର ଭାବେ ଅବସ୍ଥାପିତ ହୋଇଛନ୍ତି । ଅବସରପ୍ରାପ୍ତ ଆଇଏସ୍‌ ଆର୍‌.ବାଲକ୍ରିଷ୍ଣନ ହେଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଦାୟିତ୍ୱ ପ୍ରଦାନ କରାଯାଇଛି।ପୂର୍ତ୍ତ ବିଭାଗ ସଚିବ କ୍ରିଷନ କୁମାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ଆସନ୍ତା ଅଗଷ୍ଟ 19 ତାରିଖରୁ ଏହି ଅଧିକାରୀ ନିଜର କାର୍ଯ୍ୟଭାର ଗ୍ରହଣ କରିବେ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ବରରୁ ଅଜିତ୍‌ ଦାସ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.