ETV Bharat / city

ଓଡିଶାକୁ ଫେରିଲା ହାଇଦର

author img

By

Published : Apr 16, 2021, 9:17 AM IST

Updated : Apr 16, 2021, 12:57 PM IST

ଓଡିଶାକୁ ଫେରିଲା ହାଇଦର
ହାଇଦ୍ରାବାଦରୁ ଓଡିଶାରେ ପହଞ୍ଚିଲା ହାଇଦର

09:13 April 16

ହାଇଦ୍ରାବାଦରୁ ଓଡିଶାରେ ପହଞ୍ଚିଲା ହାଇଦର

କଟକ: ହାଇଦ୍ରାବାଦରୁ ଗିରଫ ହେବା ପରେ ଓଡିଶାରେ ପହଞ୍ଚିଛି ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର। ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବା ପରେ କଟକ ଡିସିପି କାର୍ଯ୍ୟାଳୟକୁ ଅଣାଯାଇଛି। ବିମାନ ବନ୍ଦରରେ ଗ୍ୟାଙ୍ଗଷ୍ଟର କରାଯାଇଛି କୋଭିଡ ଟେଷ୍ଟ ।

କିପରି ହାଇଦାରକୁ ଧରିବାରେ ସଫଳ ହେଲେ, କେତେ ଘଣ୍ଟାର ଅପରେସନ ଏନେଇ ସମସ୍ତ ତଥ୍ୟ ଦେବେ ପୋଲିସ କମିଶନର । ପ୍ରଥମେ ହାଇଦର ବାଂଲାଦେଶ ଚାଲିଯାଉଥିବାବେଳେ ହାଇଦ୍ରାବାଦରେ କିପରି ପହଞ୍ଚିଥିଲା କମିଶନରେଟ ପୋଲିସ ସେନେଇ ବିସ୍ତୁତ ସୂଚନା ଦେଇପାରନ୍ତି ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ।

ଗତ 10 ତାରିଖ ଦିନ ଚିକିତ୍ସା  ହେବାକୁ ଆସି କଟକ ଏସସିବି ମେଡିକାଲରୁ ଚମ୍ପଟ ମାରିଥିଲା ହାଇଦାର । ଗତକାଲି(ଗୁରୁବାର) ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରୁ ହାଇଦରକୁ ଧରାଯାଇଥିଲା । ତେଲେଙ୍ଗାନା ପୋଲିସ ସହାୟତା ଗିରଫ କରିଥିଲେ କମିନଶନରେଟ ପୋଲିସର ସ୍ବତନ୍ତ୍ର ଟିମ ।

ଅନ୍ୟପଟେ, ହାଇଦର ଫେରିବା ପରେ ହାଇଦର ଖସିବା ପଛର ରହସ୍ୟ ଜଣାପଡିବ । ହାଇଦରକୁ ଫେରାର କରିବାରେ କିଏ ସହଯୋଗ କରିଥିଲେ, କାହାର ମୁଖ୍ୟ ଭୂମିକା ଥିଲା ସେନେଇ ଜଣାପଡିବ । 

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 16, 2021, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.