ETV Bharat / city

ରାଜ୍ୟର 7ଟି ସ୍ଥାନରେ 100% ପ୍ରଥମ ଡୋଜ୍ ଟିକାକରଣ

author img

By

Published : Oct 16, 2021, 9:57 PM IST

ଭୁବନେଶ୍ବର ଏବଂ ବ୍ରହ୍ମପୁର ମହାନଗର ନିଗମରେ ଶତ ପ୍ରତିଶତ ପ୍ରଥମ ଡୋଜ୍‌ ଟିକାକରଣ । ଅଧିକ ପଢନ୍ତୁ...

Hundred percent vaccination of first dose in seven places in the state
ରାଜ୍ୟରେ 7ଟି ସ୍ଥାନରେ ପ୍ରଥମ ଡୋଜ୍‌ ଶତ ପ୍ରତିଶତ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ 7ଟି ସ୍ଥାନରେ ପ୍ରଥମ ଡୋଜ୍‌ ଶତ ପ୍ରତିଶତ ଟିକାକରଣ ହୋଇଛି । ରାଜ୍ୟରେ ଟୀକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ସ୍ବାସ୍ଥ୍ୟ ବିଭାଗ । 2ଟି ମହାନଗର ନିଗମ ଏବଂ 5ଟି ବ୍ଳକ ରେ ପ୍ରଥମ ଡୋଜ ଟୀକାକରଣ ରେ ଶତପ୍ରତିଶତ ହୋଇଛି।

  • Happy to share that 2 Municipal Corporations and 5 blocks in #Odisha have achieved 100% first dose of #COVID19Vaccination.

    They are: @bmcbbsr & @BrahmapurCorp, Reamal block (Deogarh), Belaguntha block (Ganjam) and Tikabali, G. Udayagiri & Raikia blocks (Kandhamal).

    — H & FW Dept Odisha (@HFWOdisha) October 16, 2021 " class="align-text-top noRightClick twitterSection" data=" ">

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ଟୀକାକରଣକୁ ନେଇ ରେକର୍ଡ ସୃଷ୍ଟି କରୁଛି । ଲୋକଙ୍କୁ ଟୀକା କିଭଳି ଦିଆଯିବ ସେନେଇ ମଧ୍ୟ ପ୍ଲାନ ପ୍ରସ୍ତୁତ କରାଯାଉଛି। ଟୀକାକରଣରେ ଶନିବାର ପୁଣି ଏକ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟର ଦୁଇଟି ମହାନଗରନିଗମ ଭୁବନେଶ୍ବର ଏବଂ ବ୍ରହ୍ମପୁର ମହାନଗର ନିଗମରେ ଶତପ୍ରତିଶତ ପ୍ରଥମ ଡୋଜ୍‌ ଟିକାକରଣ ହୋଇଛି ।

ସେହିପରି ଦେଓଗଡର ରିଆମାଲ, ଗଞ୍ଜାମର ବେଲାଖୁଣ୍ଟା, କନ୍ଧମାଳର ଟିକାବାଲି, ଜି. ଉଦୟଗିରିଓ ରାଇକିଆ ବ୍ଳକରେ ପ୍ରଥମ ଡୋଜ୍‌ ଶତପ୍ରତିଶତ ହୋଇଛି ।

ଏନେଇ ସମସ୍ତ ସ୍ବାସ୍ଥ୍ୟ କର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହ ଯେଉଁ ମାନେ ଟୀକା ନେବା ପାଇଁ ପଛେଇ ଯାଉଛନ୍ତି ବା ଆସିବାକୁ ପସନ୍ଦ କରୁନାହାନ୍ତି ବା ଭୁଲିଯାଉଛନ୍ତି । ସେମାନେ ଆସି ଟୀକା ନେବା ପାଇଁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ। ଏନେଇ ସ୍ବାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.