ଭୁବନେଶ୍ବର: ନିଶା ବ୍ୟବସାୟୀଙ୍କ ଆଡ୍ଡା ଉପରେ ପୋଲିସ ଚଢାଉ । ଦେଶୀ ମଦ ପ୍ରସ୍ତୁତ ହେଉଥିବା ଭାଟିରେ ରେଡ ମାରିଲା ନୟାପଲ୍ଲୀ ଥାନା ପୋଲିସ । ନୟାପଲ୍ଲୀର ଇଡିକୋ ବସ୍ତିରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ନଷ୍ଟ କରିଛି ପୋଚ ସହ ପ୍ରସ୍ତୁତ ହେଉଥିବା ଚାଉଳି ।
ଏପରିକି ପ୍ରସ୍ତୁକାରୀ କଞ୍ଚାମାଲ ଜବତ ମଧ୍ୟ କରାଯାଇଛି । ମଦ ବିରୋଧୀ ଏକ ସ୍ଵତନ୍ତ୍ର ଅଭିଯାନ କ୍ରମେ ଦେଶୀ ମଦ ଭାଟି ଉପରେ ରେଡ ମାରିଥିଲା ପୋଲିସ। କାରଣ ମଦ ପାଇଁ ବସ୍ତିର ଯୁବପିଢି ଅପରାଧର ବାଟ ଆପଣାଉଥିଲେ । ନିଶା ଖାଇ ମାତାଲ ହେଉଥିଲେ ଅପରାଧରେ ପାଦ ଦେଇ ବିଭିନ୍ନ ଅପରାଧ ଘଟାଉଥିଲେ।
ଏହାବି ପଢନ୍ତୁ : Hijab Row in Karnataka: ହିଜାବ ପିନ୍ଧିବାକୁ ଚାହୁଁଥିଲେ ପାକିସ୍ତାନ ଚାଲିଯାଅ କହିଲେ ବିଧାୟକ
ରେଡ ସମୟରେ ପୋଲିସ ସମୁଦାୟ ୩୭୦ ଲିଟର ନକଲି ଦେଶୀ ମଦ ଜବତ କରିବା ସହ ମାଟି ତଳେ ହାଣ୍ଡିରେ ରଖି ପୋତାଯାଇ ଥିବା ପାଖାପାଖି ୧୨ ହଜାର ଲିଟରର ଚାଉଳି ମଦ ପୋଚ ଜବତ କରି ସେଗୁଡିକୁ ନଷ୍ଟ କରିଥିଲା । ଏହି ଘଟଣାରେ ୨ ଗୋଟି ମାମଲା ରୁଜୁ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ